ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା

ଭଦ୍ରକ, (ଓଡିଶା ଟାଇମ୍) :ଜାଗର ଯାତ୍ରା ପାଇଁ ପ୍ରସ୍ତୁତି । ରାଜ୍ୟର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ଯାତ୍ରାକୁ ନେଇ କଟକଣା ଜାରି କରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।

ଜିଲ୍ଲା ପ୍ରଶାସନର କଟକଣା ଅନୁଯାୟୀ, ଜାଗରଯାତ୍ରାରେ ହେବାକୁ ଥିବା ସମସ୍ତ ନୀତିକାନ୍ତି ପରମ୍ପରା ଅନୁସାରେ କରାଯିବ । ଏହାସହ ଚଳିତବର୍ଷ କୋଭିଡ଼ ଗାଇଡ଼ଲାଇନ୍‌ ପାଳନ କରି ସେବାୟତମାନେ ନୀତିକାନ୍ତି ସମ୍ପନ୍ନ କରିବାକୁ ଭଦ୍ରକ ଜିଲ୍ଲାପାଳ ଡ.ଜ୍ଞାନ ଦାସ ସୂଚନା ଦେଇଛନ୍ତି ।ତେବେ ଆସନ୍ତା ମାର୍ଚ୍ଚ ୧୦ ବୁଧବାର ସକାଳ ୭ରୁ ଶୁକ୍ରବାର ସକାଳ ୭ଟା ଯାଏଁ ଅର୍ଥାତ ୨ଦିନ ଯାଏଁ ପୀଠରେ ୧୪୪ ଧାରା ବଳବତ୍ତର ରହିବ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି ।

ସେହିପରି ଜାଗର ଯାତ୍ରା ପାଇଁ ମନ୍ଦିର ପରିସରରେ ନୀତିକାନ୍ତି ସହ ପୂଜାର୍ଚ୍ଚନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଜାଗର ଯାତ୍ରା ସମୟରେ ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ଉପରେ ରୋକ ଲଗାଇଛି ପ୍ରଶାସନ।

କେବଳ ସେବକ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ସହ ସମସ୍ତ ସେବାକାର୍ଯ୍ୟ ସମ୍ପର୍ଣ୍ଣ ହେବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ କଟକଣା ମାନି ସମସ୍ତ ସେବାୟତ ମାସ୍କ ପରିଧାନ କରିବା ସହିତ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବାଧ୍ୟ ।

Leave a Reply

Your email address will not be published.