ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ ଧାରା
ପୁରୀ ,(ଓଡିଶା ଟାଇମ୍) : ପୁରୀ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ଧାରା । ୪ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ଧାରା ଲାଗୁ ହେବ । ମାର୍କେଟ ଛକଠାରୁ କାକୁଡ଼ି ଖାଇ ଛକ ଯାଏଁ ଲାଗୁ ହେବ । ଏହାସହ ଶ୍ରୀମନ୍ଦିର ଚାରିପାଖରେ ମଧ୍ୟ ଲାଗୁ ହେବ ୧୪୪ଧାରା । ସ୍ନାନଯାତ୍ରା ପାଇଁ ବସିଥିବା ନୀତି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଏନେଇ ସୂଚନା ଦେଇଛନ୍ତି । ବିନା ଭକ୍ତରେ ସ୍ନାନ ଯାତ୍ରା ହେବ ନେଇ ନିଷ୍ପତ୍ତି ନିଆଯାଇଛି । କେବଳ ସେତି ନୁହେଁ ସ୍ନାନଯାତ୍ରା ଦିନ ଶ୍ରୀମନ୍ଦିର ଆଖପାଖ ଅଞ୍ଚଳରେ ୧୪୪ଧାରା ଲାଗୁହେବ । ସ୍ନାନ ଯାତ୍ରା ନେଇ ସେବାୟତଙ୍କ ସହ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍ନାନ ଯାତ୍ରା ନେଇ ପୁରୀ ଜିଲ୍ଲାପାଳଙ୍କ ସୂଚନା ।
ସେହିପରି ଚମ୍ପକ ଦ୍ୱାଦଶୀ, ଶ୍ରୀମନ୍ଦିର ଭିତରେ କରିବା ନେଇ ନିଷ୍ପତ୍ତି ହୋଇଛି । କୋଭିଡ଼-୧୯ ଭଳି ସଙ୍କଟ ପରିସ୍ଥିତିରେ ମହାପ୍ରଭୁଙ୍କ ନୀତିକାନ୍ତି ନେଇ ଜଗତଗୁରୁ ଶଙ୍କରାଚାର୍ୟ୍ୟଙ୍କ ପରାମର୍ଶ ନିଆଯାଇଥିଲା । ଏବଂ ପରାମର୍ଶ କ୍ରମେ ହିଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।