ରାଜ୍ୟ ପାଇଁ ଖୁସି ଖବର, ସୁସ୍ଥ ହେଲେ ଆଉ ୧୪୦ ଆକ୍ରାନ୍ତ
ଭୁବନେଶ୍ଵର, (ଓଡିଶା ଟାଇମ୍) : ଆଜି ରାଜ୍ୟରେ ଆହୁରି ୧୪୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୧୩୩ ରେ ପହଁଚିଛି । ସଂକ୍ରମିତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଟ୍ବିଟ୍ରେ ସୂଚନା ପ୍ରଦାନ କରାଯାଇଛି ।
ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ କଟକର ୨୪ ଜଣ ଥିବା ବେଳେ ଗଞ୍ଜାମର ୨୨, ନୂଆପଡାର ୨୧, ଯାଜପୁରର ୧୧, ଖୋର୍ଧାର ୧୧ ଓ ଜଗତସିଂପୁରରୁ ୧୧ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ସୁନ୍ଦରଗଡର ୮, ବଲାଙ୍ଗୀର ଓ ଭଦ୍ରକର ୭ଜଣ ଲେଖାଏଁ, ଢେଙ୍କାନାଳର ୫, ବରଗଡ, କେନ୍ଦ୍ରାପଡାର ଓ ସମ୍ବଲପୁରର ୩ଜଣ ଲେଖାଏଁ ଏବଂ ବାଲେଶ୍ୱର ଓ ପୁରୀରର ୨ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।
ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୪୦ରେ ପହଞ୍ଚିଛି ।