ଚୋରା ଚାଲାଣ ବେଳେ ୧୪ ଖଣ୍ଡ ହାତୀ ଦାନ୍ତ ଜବତ, ୩ ଗିରଫ

କେଉଁଝର, (ଓଡିଶା ଟାଇମ୍):   ହାତୀ ଦାନ୍ତ ଚୋରା ଚାଲାଣ ବେଳେ ୩ ଜଣଙ୍କୁ ଗିରଫ କରିଛି ଆନନ୍ଦପୁର ଅବକାରୀ ବିଭାଗ। ଏଥିସହ ୧୯ କେଜି ଓଜନର ୧୪ଟି ହାତୀଦାନ୍ତ ଓ ଗୋଟିଏ କାର ଜବତ ହୋଇଛି। ଏଥି ସହିତ ବନ ବିଭାଗ ପକ୍ଷରୁ ଚଢାଉ ବେଳେ ଏହି ହାତୀ ଦାନ୍ତ ରାକେଟରେ ଥିବା ୩ ଜଣ ମାଫିଆଙ୍କୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁସା​‌ରେ କୌଣସି ଏକ ବିଶେଷ ସୁତ୍ରରୁ ଖବର ପାଇ ଆନନ୍ଦପୁର ଡିଏଫଓଙ୍କ ନିର୍ଦ୍ଦେଶରେ ଏକ ଟିମ ହାତୀ ଦାନ୍ତ କାରବାର କରୁଥିବା ବ୍ୟବସାୟୀ ମାନଙ୍କୁ ପିଛା କରିଥିଲେ। କାରର ପିଛା କରି ହରିଚନ୍ଦନପୁର ଥାନା ପିଟାପିଟି ଗ୍ରାମ ନିକଟରେ ଗାଡି ଓ ହାତୀ ଦାନ୍ତକୁ ଜବତ କରିଥିଲେ। ବନ ବିଭାଗ ପକ୍ଷରୁ ଚଢଉ କରାଯିବା ବେଳେ ହାତୀଦାନ୍ତ ମାଫିଆମାନେ ଖସି ପଳାଉଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଗୋଡାଇ ବାୟାପିଟା ଗାଁରୁ ଗିରଫ କରାଯାଇଛି। ଏବେ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍। ଏହି ହାତୀ ଦାନ୍ତ ରାକେଟର ସମ୍ପୁର୍ଣ୍ଣ ପର୍ଦାଫାସ କରିବା ପାଇଁ ପୁଲିସ ଛାନ୍‌ଭିନ୍‌ କରୁଛି। ଗ୍ୟାଙ୍ଗର ଚେର କେଉଁ ଯାଏଁ ଲମ୍ବିଛି ? ଆଉ କେଉଁମାନେ ଏହି ହାତୀଦାନ୍ତ ଚୋରା ଚାଲାଣରେ ସଂପୃକ୍ତ ଅଛନ୍ତି ? ହାତୀ ଦାନ୍ତ କେଉଁଠିକୁ ଚାଲାଣ ହେଉଥିଲା ? ରାଜ୍ୟ ବାହାର ଲିଙ୍କ ରହିଛି କି ? ମାଷ୍ଟରମାଇଣ୍ଡ କିଏ ? ରାଜ୍ୟର ଆଉ କେଉଁ ସବୁ ସ୍ଥାନରେ ଗ୍ୟାଙ୍ଗ ଏହି କାମ କରୁଛି ସେ ନେଇ ବନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଛି। 

Leave a Reply

Your email address will not be published.