୧୪ ନୂଆ କରୋନା ପଜିଟିଭ୍ ଚିହ୍ନିତ, ଗଞ୍ଜାମରୁ ୧୨, ସମୁଦାୟ ସକ୍ରିୟ ରୋଗୀ ସଂଖ୍ୟା ୩୨୦
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଶନିବାର ପରୀକ୍ଷା ହୋଇଥିବା ନମୁନା ଭିତରୁ ରାଜ୍ୟରେ ୧୪ଜଣ ନୂଆ କରୋନା ପଜିଟିଭ୍ଙ୍କୁ ଚିହ୍ନିତ କରାଯାଇଛି। ସେମାନଙ୍କ ଭିତରେ ୧୨ଜଣ ହେଉଛନ୍ତି ଗଞ୍ଜାମ ଜିଲ୍ଲାର। ଆଉ କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ରାଉରକେଲାରୁ ଚିହ୍ନିତ ନୂଆ ରୋଗୀ ପୁରୁଣା ରୋଗୀଙ୍କ ସମ୍ପର୍କୀୟ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଠିକ୍ ସେହିପରି ଅନ୍ୟ ୧୩ଜଣ ସୁରାଟ ଫେରନ୍ତା। ଏମାନେ ସବୁ ସରକାରଙ୍କ ଦ୍ଵାରା ନିର୍ମିତ ଅସ୍ଥାୟୀ ଶିବିରରେ ରହିଥିବା ସରକାର କହିଛନ୍ତି।
ଏହି ୧୪ ନୂଆ ରୋଗୀଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ରଶ ୩୨୦ରେ ପହଞ୍ଚିଛି। ସେହିପରି ଗତଗଲା କୌଣସି ରୋଗୀ ସୁସ୍ଥ ହୋଇ ଫେରି ନାହାନ୍ତି। ଅର୍ଥାତ୍ ସମୁଦାୟ ସୁସ୍ଥ ହୋଇ ଫେରିଥିବା ରୋଗୀଙ୍କ ସଂଖ୍ୟା ୬୮ରେ ସୀମିତ ରହିଛି। ୩ଜଣଙ୍କ ମୃତ୍ୟୁ ଘଟିଛି। ମାର୍ଚ ମାସରୁ ଆଜି ଭିତରେ ରାଜ୍ୟରେ ୩୯୧ଜଣଙ୍କ ନମୁନାରେ କରୋନା ଭୁତାଣୁ ଥିବା ଚିହ୍ନଟ କରାଯାଇଥିବା ସ୍ଵାସ୍ଥ୍ୟ ବିଭାଗ କହିଛି।
ଏଥନ ନଜର ପକାନ୍ତୁ ଜିଲ୍ଲାୱାରୀ କରୋନା ରୋଗୀଙ୍କ ସ୍ଥିତି ବାବଦରେ ଏହି ଚାଲିକା ଉପରେ।












