୨୧ ଜିଲ୍ଲାରୁ ୧୩୦ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୧ଟି ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କୋରାପୁଟରୁ ୬ଜଣ, ଖୋର୍ଦ୍ଧାରୁ ୨୨ଜଣ, ଗଜପତିରୁ ୭ଜଣ, ମୟୂରଭଞ୍ଜରୁ ୨୨ଜଣ, ଯାଜପୁରରୁ ୩ଜଣ, ପୁରୀ, ରାୟଗଡ଼ା ଓ ଜଗତସିଂହପୁରରୁ ଜଣେ ଲେଖାଏ, କଟକ ୨୩ଜଣ, ଅନୁଗୁଳରୁ ଜଣେ, ବରଗଡ଼ରୁ ୪ଜଣ, ଢେଙ୍କାନାଳରୁ ୨ଜଣ, ବଲାଙ୍ଗିରରରୁ ୩ଜଣ, ଭଦ୍ରକରୁ ୪ଜଣ, କେନ୍ଦୁଝରରୁ ୨ଜଣ, କନ୍ଧମାଳରୁ ୩ଜଣ, କଳାହାଣ୍ଡିରୁ ୩ଜଣ, ଗଞ୍ଜାମରୁ ୧୨ଜଣ, ସୁନ୍ଦରଗଡ଼ରୁ ୭ଜଣ, ସୋନପୁରରୁ ଜଣେ ଓ କେନ୍ଦ୍ରାପଡ଼ାରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ନୂଆ ୧୩୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କେସ୍ ୬ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।