ଗୋଟିଏ ଦିନରେ କମିଶନରେଟ୍ ପୋଲିସର ୧୩ ପୋଲିସ  କର୍ମଚାରୀ କରୋନା ସଂକ୍ରମିତ 

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଦିନକୁ ଦିନ କରୋନା ମହାମାରୀ ନିଜର କାୟା ବିସ୍ତାର କରିଚାଲିଛି । ଗୋଟିଏ ପରେ ଗୋଟିଏ ସରକାରୀ ଅଫିସ୍‌କୁ କରୋନା ଭୟ ମାଡୁଛି । ସଚିବାଳୟ, ନ’ ତାଲା ପରେ ଏବେ ପାଖରେ ଥିବା ଏଜି ଅଫିସ୍‌ରେ କରୋନା ପଶିଛି । ଏଜି ଅଫିସ୍‌ର ୨ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ସେହିପରି କମିଶନରେଟ୍ ପୋଲିସ ବିଲ୍ଡିଂରୁ ୪ଜଣ ଆକ୍ରାନ୍ତ ବାହାରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗୋଟିଏ ଦିନରେ ୧୩ ଜଣ ପୋଲିସ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । କମିଶନରେଟ୍ ପୋଲିସ ମୁଖ୍ୟାଳୟ, ଏସ୍‌ଆଇଡବ୍ଲୁ ଓ ରିଜର୍ଭ ପୋଲିସ କଲୋନୀରୁ ସମସ୍ତ ସଂକ୍ରମିତ ବାହାରିଛନ୍ତି । ସିଆରପିଏଫ୍‌ କ୍ୟାମ୍ପସ୍‌ରୁ ୨ ଜଣ ଓ ହସ୍ପିଟାଲ ଲିଙ୍କରୁ ୪ ଜଣ ସଂକ୍ରମିତ ହୋଇଛନ୍ତି ।

 

Leave a Reply

Your email address will not be published.