ଗଡଚିରୋଲି ଜଙ୍ଗଲରେ ଯବାନଙ୍କ ବଡ କାର୍ଯ୍ୟାନୁଷ୍ଠାନ, ନିପାତ ହେଲେ ୧୩ ନକ୍ସଲ

ମୁମ୍ବାଇ, (ଓଡିଶା ଟାଇମ୍):ମହାରାଷ୍ଟ୍ର ପୋଲିସର ସି-୬୦ ୟୁନିଟ୍ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର । ଏହି ଗୁଳି ବିନିମୟରେ ୧୩ ଜଣ ନକ୍ସଲ ପ୍ରାଣ ହରାଇଥିବା ସୂଚନା ମିଳିଛି । ଗଡଚିରୋଲି ସ୍ଥିତ ଆଟାପଲ୍ଲୀ ଧନଦାଟ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି । ତେବେ ଘଟଣାସ୍ଥଳରୁ ୬ଟି ମୃତଦେହ ଜବତ କରାଯାଇଛି ।

ଗଡଚିରୋଲି ଡିଆଇଜି ସନ୍ଦିପ ପାଟିଲଙ୍କ କହିବାନୁସାରେ, ଆଟାପଲ୍ଲୀ ବନାଞ୍ଚଳରେ ଏହି ଅପରେସନ୍ ହୋଇଛି । ଏଥିରେ ଅତି କମରେ ୧୩ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି ।

ସୂତ୍ରାନୁସାରେ, କସାନପୁର ଦଲମର କିଛି ମାଓ କ୍ୟାଡର୍ କେନ୍ଦୁ ପତ୍ର ନିଲାମକୁ ନେଇ ଗ୍ରାମବାସୀଙ୍କ ସହ ବୈଠକ କରୁଥିଲେ । ଏହି ସମୟରେ ପୋଲିସ ଓ ଯବାନଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା । ମାଓବାଦୀମାନେ ଗ୍ରାମବାସୀଙ୍କ ସହ ଆଲୋଚନା କରି ବାହାରୁଥିବା ବେଳେ ସେମାନଙ୍କ କ୍ୟାମ୍ପକୁ ସୁରକ୍ଷାକର୍ମୀ ଘେରି ଯାଇଥିଲେ । ଏହାପରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ ।

ଏହି ଗୁଳିକାଣ୍ଡରେ ୧୩ ଜଣ ନକ୍ସଲ ପ୍ରାଣ ହରାଇଥିବା ସୂଚନା ମିଳିଛି । ଆହୁରି ମଧ୍ୟ ଅନେକ ମୃତାହତ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *