ଅମ୍ପନ: ୧୩ ଜିଲ୍ଲାକୁ ହାଇ ଆଲର୍ଟ, ପ୍ରବଳ ବର୍ଷା, ତୋଫାନ

ଭୁବନେଶ୍ବର :ବାତ୍ୟା ଅମ୍ପନର ପ୍ରଭାବରେ ଆଜି ରାଜ୍ୟର ୧୩ ଜିଲ୍ଲାରେ ଭୀଷଣ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।  କେନ୍ଦ୍ରାପଡ଼ା,ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକରେ ପ୍ରବଳ ମାତ୍ରାରେ ବର୍ଷିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟ ଜିଲା ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନୟାଗଡ଼, ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି।  ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ମୟୂରଭଞ୍ଜ, ଖୋର୍ଦ୍ଧା, କଟକ, ପୁରୀ ଓ ଯାଜପୁର ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏ ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି l ଏ ଭିତରେ ଏକ ଲକ୍ଷ ୧୬ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ଜଗତସିଂହପୁରରେ ୯ହଜାର ୦୭୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବାଲିକୁଦାରୁ ୫୫୦ ଜଣ ୧୫ ଟି ଆଶ୍ରୟସ୍ଥଳୀରେ ରହିଛନ୍ତି । ଏରସମାରୁ ୨୫୦୧ ଜଣ ୩୪ଟି ଆଶ୍ରୟସ୍ଥଳୀରେ ଅଛନ୍ତି ।
ସେହିପରି କୁଜଙ୍ଗରୁ ୨୩୩୮ ଜଣ ୩୩ଟି ଆଶ୍ରୟସ୍ଥଳୀରେ ଅଛନ୍ତି। ପାରାଦୀପରେ ୩୪୯୮ ଜଣ ୨୦ଟି ଆଶ୍ରୟସ୍ଥଳୀରେ ଅଛନ୍ତି। ତିର୍ତ୍ତୋଲରୁ ୧୮୯ଜଣ ୧୦ଟି ଆଶ୍ରୟସ୍ଥଳୀରେ ଅଛନ୍ତି। ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ।

Leave a Reply

Your email address will not be published.