ମାଲକାନଗିରି ଜିଲ୍ଲାକୁ ୧୩ ଜିଲ୍ଲାର ଲୋକଙ୍କ ପ୍ରବେଶ ମନା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ଯା ବଢିବାରେ ଲାଗିଛି। ଏନେଇ ସବୁ ଜିଲ୍ଲାରେ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ  ମାଲକାନଗିରି ଜିଲ୍ଲାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।ମାଲକାନଗିରି ଜିଲ୍ଲାକୁ ୧୩ ଜିଲ୍ଲାର ଲୋକଙ୍କ ପ୍ରବେଶ ମନା କରାଯାଇଛି।

ଯଦି ଏହି ୧୩ ଜିଲ୍ଲାରୁ କେହି ଆସନ୍ତି ତେବେ ପ୍ରଥମେ ୧୪ ଦିନ କ୍ବାରେଣ୍ଟାଇନ୍‌ରେ ରହିବେ। ୧୩ ଜିଲ୍ଲା ଗୁଡିକ ବାଲେଶ୍ବର, ନୟାଗଡ଼, କେନ୍ଦ୍ରାପଡ଼ା,ଖୋର୍ଦ୍ଧା, ଯାଜପୁର, କଟକ, ଗଞ୍ଜାମ, ଭଦ୍ରକ, ପୁରୀ, ଢେଙ୍କାନାଳ,ଗଜପତି, ଜଗତସିଂହପୁର, ସୁନ୍ଦରଗଡ଼ ।

Leave a Reply

Your email address will not be published.