ଗ୍ରୀନ୍ ଜୋନ୍ରେ ୧୨ ଘଣ୍ଟିଆ କର୍ଫ୍ୟୁ
ଭୁବନେଶ୍ଵର(ଓଡ଼ିଶା ଟାଇମ୍): ଜିଲ୍ଲା ରହିଛି ଗ୍ରୀନ୍ ଜୋନ୍ ଭିତରେ। କିନ୍ତୁ ଜାରି ହୋଇଛି ୧୨ ଘଣ୍ଟିଆ କର୍ଫ୍ୟୁ। ସ୍ଥିତିକୁ ଅୁନଧ୍ୟାନ କରିବା ସହ ସତର୍କତାମୂଳକ ପଦକ୍ଷେପ ଭାବେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଫଳରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ସନ୍ଧ୍ୟା ୭ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ସାରା ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରହିବ। ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି କର୍ଫ୍ୟୁ ଘୋଷଣା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗ୍ରୀନ୍ ଜୋନ୍ରେ ରହିଥିବା ଜଗତସିଂହପୁର ଜିଲ୍ଲାକୁ ବାହାର ରାଜ୍ୟରୁ ଲୋକ ଫେରୁଛନ୍ତି। ତେଣୁ ଏହି ସମୟରେ ଅଧିକ ସଚେତନ ହେବା ସହ କଡ଼ାକଡ଼ି ପଦକ୍ଷେପ ନେବାର ଆବଶ୍ୟକ ରହିଛି। ତେଣୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଫଳରେ ଲକ୍ଡାଉନ୍ ୨.୦ର ଯାହା ଗାଇଡ୍ ଲାଇନ୍ ରଖାଯାଇଥିଲା ତାହା ତୃତୀୟ ପର୍ଯ୍ୟାୟରେ ମଧ୍ୟ ବଳବତ୍ତର ରହିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ମଦ ଦୋକାନ ବନ୍ଦ ରହିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି।