ରାଜ୍ୟର ୧୨ ଅଗ୍ନିଶମ କର୍ମଚାରୀଙ୍କୁ କରୋନା

ଭୁବନେଶ୍ଵର, (ଓଡିଶା ଟାଇମ୍) : ୧୨ଜଣ ଅଗ୍ନିଶମ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ବାତ୍ୟା ଅମ୍ଫନ ଡ୍ୟୁଟି ସାରି ପଶ୍ଚିମବଙ୍ଗରୁ ଫେରିଥିଲେ କର୍ମଚାରୀ । ସରକାରଙ୍କ ପକ୍ଷରୁ ଉତ୍ତମ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯାଉଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି । ଅମ୍ପନ୍‌ ଉଦ୍ଧାର କାର୍ୟ୍ୟ ସାରି ପଶ୍ଚିମବଙ୍ଗରୁ ଏହି ଅଗ୍ନିଶମ କର୍ମଚାରୀ ଫେରିଥିଲେ ।

ସେମାନଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ଲାଗି ରାଜ୍ୟ ସରକାର ସୁନିଶ୍ଚିତ କରିଛନ୍ତି।କରୋନାରେ ଆକ୍ରାନ୍ତ ହୋଇଥିବା ଏହି ଅଗ୍ନିଶମ କର୍ମଚାରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଅଗ୍ନିଶମ ଡିଜି ।

ରାଜ୍ୟରେ ଆଉ ୧୪୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published.