୧୨ ଯବାନ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ୧୨ ଜଣ ସେନା ଯବାନଙ୍କୁ କରୋନା। ନାଗାଲାଣ୍ଡର କୋହିମା ଜିଲ୍ଲାରେ କାର୍ଯ୍ୟରତ ୧୨ ଜଣ ସେନା ଯବାନଙ୍କ ଠାରେ କୋଭିଡ୍ ୧୯ ଭୂତାଣୁ ଚିହ୍ନଟ ହୋଇଛି। ଜଖମା ଆର୍ମୀ କ୍ୟାମ୍ପରେ କ୍ୱାରେଣ୍ଟିନ୍ ସେଣ୍ଟର୍ରେ ଥିବା ଏହି ୧୨ ଯବାନ ବୁଧବାର କୋରନା ପଜିଟିଭ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି ।
ଗତ ସପ୍ତାହରେ ଦେଶର ବିଭିନ୍ନ ସ୍ଥାନରୁ ଆର୍ମି ଯାବାନମାନେ ଜଖମାକୁ ଆର୍ମି କ୍ୟାମ୍ପକୁ ଆସିଥିଲେ। ମିଲିଟାରୀ ଏସ୍ଓପି ଅନୁସାରେ ସେମାନଙ୍କୁ କ୍ୱାରେଣ୍ଟିନ୍ରେ ରଖାଯାଇଥିଲା ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଥିଲା।
ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଠାରେ କୋରନା ଭୂତାଣୁ ଚିହ୍ନଟ ହୋଇଥିବା ସେନା ସୂଚନା ଦେଇଛି। ଏହି ନୂଆ ଆକ୍ରାନ୍ତଙ୍କ ମିସାଇ ଏପର୍ଯ୍ୟନ୍ତ ଜଖମା ଆର୍ମୀ କ୍ୟାମ୍ପରେ ୧୫ ଜଣ ଯବାନ କୋଭିଡ-୧୯ରେ ଆକ୍ରାନ୍ତ ହୋଇଛନ୍ତି।