ରାଜ୍ୟ ପାଇଁ ଭଲ ଖବର,ସୁସ୍ଥ ହେଲେ ଆଉ ୧୧୯ କୋରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ଆଜି ପୁଣି ଆଉ ୧୧୯ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୨୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହି ସୁସ୍ଥଙ୍କ ମଧ୍ୟରୁ ଯାଜପୁରରୁ ୬୦, କଟକରୁ ୧୩, କେନ୍ଦ୍ରାପଡାରୁ ୧୨, ଗଜପତିରୁ ୯, ନୟାଗଡରୁ ୬, ସୁନ୍ଦରଗଡରୁ ୫, ବାଲେଶ୍ୱର, ପୁରୀ ଓ କେନ୍ଦ୍ରାପଡାରୁ ୩ ଲେଖାଏଁ, ଗଞ୍ଜାମ ଓ ବଲାଙ୍ଗିରରୁ ୨ ଲେଖାଏଁ ଏବଂ ସମ୍ବଲପୁରରୁ ଜଣେ ସୁସ୍ଥ ହୋଇଛନ୍ତି । ଏହା ପରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୨୪୫ ଛୁଇଁଛି । ରାଜ୍ୟରେ କେରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪ ରେ ପହଞ୍ଚିଥିବା ବେଳେ ୮୫୦ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚକିତ୍ସିତ ହେଉଛନ୍ତି । ୭ ଜଣଙ୍କର ମୃତ୍ୟୁ ହୋଇଛି ।

ଆଜି ରାଜ୍ୟରେ ଆଉ ୧୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୨୦, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି କନ୍ଧମାଳ ଜିଲ୍ଲାରୁ ୯, ଭଦ୍ରକ ଜିଲ୍ଲାରୁ ୭, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ମୟୂରଭଞ୍ଜ, ବରଗଡ଼, ସୋନପୁରରୁ ୩ ଲେଖାଏଁ ଆକ୍ରାନ୍ତ, ବଲାଙ୍ଗିର ଓ ସମ୍ବଲପୁରରେ ୨ ଜଣ ଲେଖାଏଁ ଏବଂ ବୌଦ୍ଧ, କେନ୍ଦୁଝର, ମାଲକାନଗିରିରୁ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିଲେ  ।

Leave a Reply

Your email address will not be published.