ଭଲ ଖବର: ରାଜ୍ୟରେ ଆଉ ୧୧୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ ) : ରାଜ୍ୟରେ ଆଜି ଆଉ ୧୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୨୭୦୮ରେ ପହଁଚିଛି ।

ଆଜି ସୁସ୍ତ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡରୁ ୩୦, ଖୋର୍ଧାରୁ ୨୩, ଗଞ୍ଜାମରୁ ୧୭, କଟକରୁ ୧୧, ମୟୂରଭଞ୍ଜରୁ ୧୦, ଗଜପତିରୁ ୮, ବରଗଡରୁ ୫ ଓ ନୟାଗଡରୁ ୪ଜଣ ରହିଛନ୍ତି । ସେହିପରି ବଲଙ୍ଗାରରୁ ୩, ବାଲେଶ୍ୱର, କୋରାପୁଟ ଓ ସମ୍ବଲପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଆଜି ଆଉ ୧୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୦୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୧ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୧୫ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି ।

Leave a Reply

Your email address will not be published. Required fields are marked *