ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୧୧୧୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) :  ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟାକ ୧୧୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତିି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୩୦୭୩ କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଗଞ୍ଜାମରୁ ସର୍ବାଧିକ୩୫୪, ଖୋର୍ଦ୍ଧାରୁ ୯୭, ଗଜପତିରୁ ୮୩, ଯାଜପୁରରୁ ୭୦, କେନ୍ଦୁଝରରୁ ୫୭, କଟକରୁ ୫୦, ବୌଦ୍ଧରୁ ୪୦, ନୟାଗଡ଼ରୁ ୩୭, ରାୟଗଡ଼ାରୁ ୩୫, ପୁରୀରୁ ୩୧, ବାଲେଶ୍ୱରରୁ ୩୦, ମୟୁରଭଞ୍ଜରୁ ୨୯, ଭଦ୍ରକରୁ ୨୮, ଜଗତସିଂହପୁରରୁ ୨୭, ଢ଼େଙ୍କାନାଳରୁ ୨୪, ସୁନ୍ଦରଗଡ଼ରୁ ୨୨, କନ୍ଧମାଳରୁ ୧୭, ବଲାଙ୍ଗୀରରୁ ୧୬, ସମ୍ବଲପୁରରୁ ୧୬, ମାଲକାନଗିରିରୁ ୧୫, ନବରଙ୍ଗପୁରରୁ ୧୨, କେନ୍ଦ୍ରାପଡ଼ାରୁ ୧୧, ଅନୁଗୁଳରୁ ୫, କୋରାପୁଟରୁ ୫, ବରଗଡ଼ରୁ ୪, ସୋନପୁରରୁ ୩, ଝାରସୁଗୁଡ଼ାରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

Leave a Reply

Your email address will not be published.