ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ସର୍ବାଧିକ ୧୧୧୦୮ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୧୧୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭୯୫୩୦ ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୨୧୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୮୮୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୫୧ ଜଣ, କଟକରୁ ୯୪୪ ଜଣ, ଅନୁଗୁଳରୁ ୮୬୪ ଜଣ, ସୁନ୍ଦରଗଡ଼ରୁ ୭୦୮ ଜଣ, ମୟୂରଭଞ୍ଜରୁ ୬୩୫ ଜଣ, ବାଲେଶ୍ବରରୁ ୫୦୯ ଜଣ, ଭଦ୍ରକରୁ ୪୮୯ ଜଣ,ପୁରୀରୁ ୪୭୩ ଜଣ, ଯାଜପୁରରୁ ୩୯୬ ଜଣ, ସମ୍ବଲପୁରରୁ ୩୮୪ ଜଣ, ନବରଙ୍ଗପୁରରୁ ୩୫୭ ଜଣ, ବରଗଡ଼ରୁ ୩୩୯ ଜଣ, ନୟାଗଡ଼ାରୁ ୩୩୨ ଜଣ, ଜଗତସିଂହପୁରରୁ ୨୧୮ ଜଣ, ବଲାଙ୍ଗୀରରେ ୨୮୯ ଜଣ, ବୌଦ୍ଧ ୨୭୩ ଜଣ,କୋରାପୁଟରୁ ୨୫୧ ଜଣ,ଗଞ୍ଜାମରୁ ୨୧୪ ଜଣ, ରାୟଗଡ଼ାରୁ ୨୦୯ ଜଣ, ସୋନପୁରରୁ ୧୮୦ ଜଣ,କେନ୍ଦୁଝରରୁ ୧୬୯ ଜଣ, ଗଜପତିରୁ ୧୫୭ ଜଣ, କେନ୍ଦ୍ରାପଡ଼ାରୁ ୧୫୦ ଜଣ, କନ୍ଧମାଳରୁ ୧୩୨ ଜଣ,ଢ଼େଙ୍କାନାଳରୁ ୧୩୧ ଜଣ,ଦେବଗଡ଼ରୁ ୧୨୫ ଜଣ, ନୂଆପଡ଼ାରୁ ୧୧୪ ଜଣ, ମାଲାକାନଗିରିରୁ ୧୦୦ ଜଣ, କଳାହାଣ୍ଡିରୁ ୩୯ ଜଣ, ଏବଂ ଷ୍ଟେଟ୍ ପୋଲ୍‌ରୁ ୨୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *