ଖୋର୍ଦ୍ଧା ଜିଲ୍ଲାର ୧୧ ଜଣ ପୋଲିସ କର୍ମଚାରୀଙ୍କୁ କରୋନା
ଖୁର୍ଦ୍ଧା, (ଓଡିଶା ଟାଇମ୍) : ଖୁର୍ଦ୍ଧା ଜିଲ୍ଲାରେ ୧୧ ଜଣ ପୁଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ବାଣପୁର, ବାଲୁଗାଁର ବିଭିନ୍ନ ଥାନା ଓ ଫାଣ୍ଡିର ୧୧ ପୁଲିସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଂପୃକ୍ତ ଥାନା ଓ ଫାଣ୍ଡିର ଅନ୍ୟ କର୍ମଚାରୀମାନଙ୍କୁ ଗୃହ ସଙ୍ଗରୋଧରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି। ଏନେଇ ଜିଲାପାଳ ସୂଚନା ଦେଇଛନ୍ତି।
ଏହି କର୍ମଚାରୀମାନେ କିଭିଳି କରୋନା ଆକ୍ରାନ୍ତ ହେଲେ ସେନେଇ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ଆକ୍ରାନ୍ତମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨ ହଜାର ୩୫୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧ ହଜାର ୩୩୧ ଜଣ ସୁସ୍ଥ ହୋଇଥିଲା ବେଳେ ୧୫ ଜଣଙ୍କର ମୃତ୍ୟୁ ଘଟିଛି।