ସଟଡାଉନରେ ୧୧ ଜିଲ୍ଲା ବନ୍ଦ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ସଟ୍ ଡାଉନର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନ । ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଗତ ସପ୍ତାହରୁ ଜୁନ ମାସ ତମାମ ୧୧ ଜିଲ୍ଲାରେ ଦୁଇ ଦିନିଆ ସଟ ଡାଉନ କରାଯାଇଛି ।

ଆଜି ଶନିବାର ରାଜଧାନୀ ଭୁବନେଶ୍ୱର ସମେତ ୧୧ ଜିଲ୍ଲାରେ ସଟ୍ ଡାଉନ ବଳବତ୍ତର ରହିଛି ।  ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଛି । ସେପଟେ ରାଜଧାନୀରେ ବିନା କାରଣରେ ବାହାରେ ବୁଲିବା ମହଙ୍ଗା ପଡିଛି । ୫୦ରୁ ଊର୍ଦ୍ଧ୍ୱ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରିଛି ପୋଲିସ । ଏନେଇ କମିଶନରେଟ ପୋଲିସର ସିକ୍ୟୁରିଟି ଡିସିପି ନିର୍ମଳ ଶତପଥୀ କହିଛନ୍ତି ।

ଏହାସହ ସଟ୍ ଡାଉନକୁ ଦୃଷ୍ଟିରେ ରଖି ଟ୍ୱିନ୍ ସିଟିରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବିଭିନ୍ନ ସ୍ଥାନରେ ବ୍ଲକିଂ ଓ ଚେକିଂ କରାଯାଉଛି ।  କେବଳ ଅନୁମତି ପ୍ରାପ୍ତ ସଂସ୍ଥା ଓ ବ୍ୟକ୍ତିଙ୍କୁ ଛାଡି ରାସ୍ତା ଘାଟ ଶୂନଶାନ ରହିଛି ।

ସେପଟେ ସଟ୍ ଡାଉନ ସମୟରେ ମାଛ ହୋମ ଡେଲିଭରି କରିବାକୁ ଅନୁମତି ଦେବା ପରେ ଆଜି ଠାରୁ ଫିସ୍ ଅନ୍ ହ୍ୱିଲ୍ ସେବା ଆରମ୍ଭ ହୋଇଛି । ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଅର୍ଡର ଦେବା ପରେ ପରିବର୍ତ୍ତୀ ୩ରୁ ୪ ଘଣ୍ଟା ମଧ୍ୟରେ ହୋମ ଡେଲିଭରି କରାଯାଇଛି ମାଛ ।   

Leave a Reply

Your email address will not be published.