ରାଜଧାନୀରୁ ଆଉ ୧୦୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ଆହୁରି ୧୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରେ କ୍ୱାରେଣ୍ଟାଇନରୁ ୫୨ ଜଣ ଥିବା ବେଳେ ୪୯ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିପରି ୧୦୬ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ।

ଏବେସୁଦ୍ଧା ରାଜଧାନୀରୁ ମୋଟ୍ ୩୫୭୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଏହାମଧ୍ୟରୁ ୨୨୫୭ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୧୮ଜଣ ପ୍ରାଣ ହରାଇଛନ୍ତି । ସେହିପରି ୧୨୯୬ଟି ସକ୍ରିୟ କେସ୍ ରହିଛିl

 

ଅନ୍ୟପଟେ, ୨୪ ଘଣ୍ଟା ମଧ୍ୟରେ ୧୮୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୭୧୭ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୧୮ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୭୧୫ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

Leave a Reply

Your email address will not be published.