ହାପି ବାର୍ଥଡେ ଧୋନି; କ୍ୟାପଟେନ୍ କୁଲଙ୍କ ସମ୍ପର୍କରେ କିଛି ଅଜଣା କଥା
ଭୁବନେଶ୍ୱର, (ଓଡିଶା ଟାଇମ୍): କ୍ରିକେଟ୍ ପ୍ରେମୀଙ୍କ ଗହଣରେ ଖୁବ୍ ପରିଚିତ ମହେନ୍ଦ୍ର ସିଂହ ଧୋନୀ । ଯିଏକି ମାହି ଓ କ୍ୟାପଟେନ୍ କୁଲ୍ ନାମରେ ବି ଲୋକପ୍ରିୟ ହୋଇପାରିଛନ୍ତି । ୧୯୮୧ ମସିହା ଜୁଲାଇ ୭ ତାରିଖରେ ଜନ୍ମଗ୍ରହଣ କରିଥିବା ଧୋନୀ ଆଜି ନିଜର ୩୯ ତମ ଜନ୍ମଦିନ ପାଳନ କରୁଛନ୍ତି ।
ଜନ୍ମଦିନ ଅବସରରେ ଧୋନୀଙ୍କ ବିଷୟରେ ପଢନ୍ତୁ ୧୦ ରୋଚକ କଥା
ଝାଡଖଣ୍ଡ ସ୍ଥିତ ରାଞ୍ଚିର ଏକ ରାଜପୁତ ପରିବାରେ ଜନ୍ମିତ ଧୋନୀ ପଦ୍ମ ଭୂଷଣ, ପଦ୍ମ ଶ୍ରୀ ଓ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ଭଳି ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
ମହେନ୍ଦ୍ର ସିଂହ ଧୋନୀଙ୍କ କ୍ୟାପଟେନସିପରେ ଭାରତ ଆଇଆଇସିର ବିଶ୍ୱ ଟି-୨୦ (୨୦୦୭), ୱାଲ୍ଡ୍ କପ୍ (୨୦୧୧) ଓ ଆଇଆଇସି ଚାମ୍ପିଅନସିପ୍(୨୦୧୩) ଭଳି ୩ଟି ବଡ ଟ୍ରଫି ହାତେଇଥିଲା ।
ଅନେକ ଲୋକ ଜାଣିନଥିବେ ଧୋନୀଙ୍କ ପ୍ରଥମ ପସନ୍ଦ ଫୁଟବଲ୍ ବୋଲି । ସେ ସ୍କୁଲ ଟାଇମରେ ଗୋଲ୍ କିପିଂ କରୁଥିଲେ । ଫୁଟବଲ୍ ଛଡା ଧୋନୀ ବ୍ୟାଡମିଣ୍ଟନ୍ ଖେଳିବାର ସଉକ ମଧ୍ୟ ରଖନ୍ତି । ସେ ଇଣ୍ଡିଆନ୍ ସୁପର ଲିଗ କ୍ଲବ ଚେନିଆନ୍ନର କୋ-ଓନର ରହିଛନ୍ତି ।
ଏସବୁ ଖେଳକୁ ଛାଡିଦେଲେ ଧୋନୀଙ୍କର ମୋଟର ରେସିଂ ପ୍ରତି ଦୁର୍ବଳତା ବି ରହିଛି । ସେ ମୋଟର ରେସିଂରେ ମାହି ରେସିଂ ଟିମ୍ ନାମରେ ମଧ୍ୟ ଗୋଟିଏ ଟିମ୍ କିଣିଛନ୍ତି ।
ହେଲିକପ୍ଟର ସଟ୍ ପାଇଁ ଚର୍ଚ୍ଚାରେ ଥିବା ଧୋନୀ ନିଜର ହେୟାର ଷ୍ଟାଇଲ୍ ପାଇଁ ବି ଖୁବ୍ ଲୋକପ୍ରିୟ ଥିଲେ ।
୨୦୧୧ ମସିହାରେ ଧୋନୀଙ୍କୁ ଭାରତୀୟ ସେନାରେ ମାନଦ ଲେଫ୍ଟନାଣ୍ଟ କର୍ଣ୍ଣଲ୍ କରାଯାଇଥିଲା ।
୨୦୧୫ ମସିହାରେ ସେ ଆଗ୍ରା ସ୍ଥିତ ପାରାଚ୍ୟୁଟ୍ ରେଜିମେଣ୍ଟରେ ପାରା ଜପ୍ ଲଗାଇଥିବା ପ୍ରଥମ ସ୍ପୋର୍ଟ୍ସ ପର୍ସନ ହୋଇପାରିଛନ୍ତି ।
ବାଇକର ଦିବାନା ଥିବା ଧୋନୀଙ୍କ ପାଖରେ ବହୁ ଦାମୀ ଗାଡି ଥିବା ବେଳେ ହମର ପରି କାର୍୍ ମଧ୍ୟ ରଖିଛନ୍ତି ।
କ୍ରିକେଟ୍ ଜଗତକୁ ଆସିବା ପୂର୍ବରୁ ଧୋନୀ ଭାରତୀୟ ରେଳବାଇରେ ଟିକେଟ୍ କାଟୁଥିଲେ । ଏହାଛଡା ସେ ଏୟାର ଇଣ୍ଡିଆରେ କାମ କରିବା ପରେ ଧୋନୀ ଏନ୍ ଶ୍ରୀନିବାସ କମ୍ପାନୀରେ ଜଣେ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ ।
ରେଲୱେରେ ଟିକେଟ୍ କାଟୁଥିବା ଧୋନୀ ପରବର୍ତ୍ତୀ ସମୟରେ ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ହୋଇ ଚହଳ ସୃଷ୍ଟି କରିଥିଲେ ।