କଟକ ସହରରୁ ଆଉ ୧୦ କରୋନା ପଜିଟିଭ୍‌ ଚିହ୍ନଟ

କଟକ, (ଓଡିଶା ଟାଇମ୍) : କଟକ ମହାନଗର ନିଗମ ଅଞ୍ଚଳରୁ ଆଉ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦ ଜଣଙ୍କ ମଧ୍ୟରୁ ୪ଜଣ ସରକାରୀ କ୍ୱାରେଣ୍ଟିନ୍‌ରୁ, ୫ଜଣ ହୋମ୍ କ୍ୱାରେଣ୍ଟିନ୍‌ରୁ ଓ ଗୋଟିଏ ଲୋକାଲ କେସ୍ ରହିଛି। ତେବେ ଆଜି ସିଏମ୍‌ସିରୁ ଚିହ୍ନଟ ହୋଇଥିବା ୧୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଦେଓ୍ବାନ ବଜରାର ଅଞ୍ଚଳରୁ ଜଣେ ୨୨ ବର୍ଷୀୟ ସ୍ଥାନୀୟ ଯୁବକ କରୋନା ସଂକ୍ରମିତ ହୋଇଛନ୍ତି।

ସେହିପରି ହୋମ୍ କ୍ବାରେଣ୍ଟାଇନ୍‌ରେ ଚିହ୍ନଟ ହୋଇଥିବା ୫ ସଂକ୍ରମିତଙ୍କ ମଧ୍ୟରୁ ମଙ୍ଗଳବାଗ ଅଞ୍ଚଳରୁ ୪୦ ବର୍ଷୀୟ ଯୁବକ ଚିହ୍ନଟ ହୋଇଛନ୍ତି। ମାଣିକଘୋଷ ବଜାର ଅଞ୍ଚଳରୁ ୫୦ ବର୍ଷିୟ ବୃଦ୍ଧା, ସୂତା ହାଟର ଖ୍ରୀଷ୍ଟିୟାନ ସାହି ଅଞ୍ଚଳରୁ ୪୦ ବର୍ଷିୟ ଯୁବକ, ପୁରୀଘାଟ ଅଞ୍ଚଳରୁ ୪୫ ବର୍ଷିୟ ଯୁବକ, ଦେଳମୁଣ୍ଡାଇ ଅଞ୍ଚଳରୁ ୨୬ ବର୍ଷୀୟ ଯୁବତୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ସରକାରୀ କ୍ବରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ୪ଜଣ ସଂକ୍ରମିତ ମଧ୍ୟରୁ ୩୨ ଓ ୨୨ ବର୍ଷିୟ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦ ଓ ୨୬ ବର୍ଷିୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published.