ଲୋକସେବା ଭବନରେ ୧୦ କର୍ମଚାରୀ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଲୋକସେବା ଭବନରେ ପୁଣି କରୋନା । ଏଥର ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ହୋଇଛନ୍ତି । ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗକୁ ସୋମବାର ପର୍ଯ୍ୟନ୍ତ ସିଲ୍‌ କରାଯାଇଛି।

ସୂଚନା ଅନୁସାରେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଓ ଉପ ସଚିବ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ନମୁନା ପରୀକ୍ଷଣରୁ ଜଣାପଡ଼ିଛି । ପଜିଟିଭ୍‌ ଚିହ୍ନଟ କର୍ମଚାରୀ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି । ବିଭାଗକୁ ସାନିଟାଇଜ୍‌ କରାଯିବା ପରେ ସିଲ ଖୋଲିବ ବୋଲି ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଭାଗର ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଏହି ୧୦ଜଣ ଯାକ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published.