ପ୍ରବାସୀ ଶ୍ରମିକଙ୍କ ବସ ଦୁର୍ଘଟଣାଗ୍ରସ୍ତ, ୧୦ ରୁ ଅଧିକ ଆହତ
ଭୁବନେଶ୍ଵର, (ଓଡିଶା ଟାଇମ୍) : ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ପ୍ରବାସୀଙ୍କ ବସ୍ । ଭବାନୀପାଟଣାରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଂଜାମ ଯାଉଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । କନ୍ଧମାଳ ତୁମୁଡିବନ୍ଧ ୫୯ ନମ୍ବର ଜାତୀୟ ରାଜପଥ ମୁଣ୍ଡିଗଡ ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ୩ ଜଣ ଗୁରୁତର ହେବା ସହ ୧୦ ରୁ ଅଧିକ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନାନୁସାରେ, ତୁମୁଡ଼ିବନ୍ଧ ମୁଣ୍ଡିଗଡ଼ିରେ ଏକ ଯାତ୍ରୀବାହୀ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି । ବସଟି ଗଞ୍ଜାମ ଫେରୁଥିଲା । ଏଥିରେ ୪୭ ଜଣ ପ୍ରବାସୀ ରହିଥିବା ସୂଚନା ମିଳିଛି । ଶ୍ରମିକ ମାନେ ଭବାନୀପାଟଣା ରେଲଓ୍ବେ ଷ୍ଟେସନରୁ ଓହ୍ଲାଇ ବସରେ ଫେରୁଥିଲେ । ମୁଣ୍ଡିଗଡ ନିକଟରେ ଦୁର୍ଘଟଣା ଘଟିଥିଲା । ତୁମୁଡିବନ୍ଧ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ କରିଛନ୍ତି ।