ଓଡ଼ିଶାର ୧୦ ସ୍ୱାଧୀନତା ସଂଗ୍ରାମୀଙ୍କୁ ମିଳିବ ରାଷ୍ଟ୍ରପତି ସମ୍ମାନ
ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡ଼ିଶାର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ମିଳିବ ରାଷ୍ଟ୍ରପତି ସମ୍ମାନ । ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ରାଷ୍ଟ୍ରପତିଙ୍କ ପକ୍ଷରୁ ସମ୍ମାନିତ କରାଯିବ । କୋଭିଡ ଲାଗି ଏଥର ରାଷ୍ଟ୍ରପତି ଭବନକୁ ଯିବେ ନାହିଁ ସ୍ୱାଧୀନତା ସଂଗ୍ରାମୀ । ଅଗଷ୍ଟ ୯ରେ ସଂଗ୍ରାମୀଙ୍କ ବାସଭବନକୁ ଯାଇ ସମ୍ମାନିତ କରିବେ ଜିଲ୍ଲାପାଳ ।
ତେବେ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ସାମିଲ ଅଛନ୍ତି ଯାଜପୁର ଜିଲ୍ଲା କାଇପଡାର ଦଧିଚି ସାହୁ, ଜଗତସିଂହପୁର ଜିଲ୍ଲା ବାଲିକୁଦାର ବିଶ୍ୱନାଥ ଦାସ, ନୟାଗଡ଼ ଜିଲ୍ଲା ରଣପୁରର ଈଶ୍ୱର ବିଷୋଇ, ଯାଜପୁର ବଡ଼ଚଣାର ନୀଳମଣି ସାମଲ, ଭଦ୍ରକ ଧୁଷୁରି ଅଞ୍ଚଳର ରାମହରି ଗୋସ୍ଵାମୀ ଓ ଗୌରୀଶ୍ୟାମ ଗୋସ୍ୱାମୀ, ନୟାଗଡ଼ ଜିଲ୍ଲା କଣ୍ଟିଲୋର ସହଦେଵ ବେହେରା, ଭଦ୍ରକ ଜିଲ୍ଲା ଧାମନଗରର ବ୍ରଜ କିଶୋର ରାଉତ, କେନ୍ଦ୍ରାପଡ଼ା ଜିଲ୍ଲା ହାଟବାଣପୁରର ମକରଧ୍ୱଜ ଦାସ ,ସମ୍ବଲପୁର ଜିଲ୍ଲା କଲମି ଗାଁର ଦେବନନ୍ଦ ଗୁପ୍ତାଙ୍କୁ ସମ୍ମାନିତ କରାଯିବ।