ସମ୍ବଲପୁର ଜିଲ୍ଲାରେ ୧୦ଦିନିଆ ସଟ୍‌ଡାଉନ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ସମ୍ବଲପୁର ଜିଲ୍ଲାରେ ୧୦ ଦିନିଆ ସଟ୍ ଡାଉନ୍ । ଦୁଇଟି ପର୍ଯ୍ୟାୟରେ ଏହି ସଟ୍ ଡାଉନ୍ ଜାରି କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୨ରୁ ୨୫ ତାରିଖ ୪ ଦିନ ସଟ୍ ଡାଉନ୍ କରାଯିବ । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ୨୫ରୁ ୩୧ ତାରିଖ ଯାଏଁ ୬ ଦିନ ସଟ୍ ଡାଉନ୍ କରାଯିବ । ଜିଲ୍ଲାରେ ଏହି ସଟ୍ ଡାଉନ୍ ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି ।

ଏହି ସମୟରେ ଜିଲା ଭିତରେ ସରକାରୀ , ଘରୋଇ ପରିବହନକୁ ବାରଣ କରାଯାଇଛି । ଦୋକାନ ବଜାର ବନ୍ଦ ରହିବ । ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ହେବ । ହସ୍ପିଟାଲ , ଔଷଧ ଦୋକାନ , ପେଟ୍ରୋଲ ପମ୍ପ ଖୋଲା ରହିବ । କ୍ଷୀର ଦୋକାନ , ଖାଦ୍ୟ ପାର୍ସଲ ନେବାକୁ ରାସ୍ତାକଡ଼ ଢାବା ଖୋଲା ରହିବ ।

ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଜିଲାପ୍ରଶାସନ ଏପରି ପଦକ୍ଷେପ ନେଇଛନ୍ତି । ଏବେ ସୁଦ୍ଧା ଜିଲାରେ ମୋଟ ୧୯୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୧ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୮୩ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Leave a Reply

Your email address will not be published.