ଚୌଦ୍ବାର ଜେଲ୍‌ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ

କଟକ, (ଓଡିଶା ଟାଇମ୍) : କଟକରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଏହାରି ମଧ୍ୟରେ କଟକ ଚୌଦ୍ୱାର ଜେଲ୍‌ର ଜଣେ ୱାର୍ଡର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଚୌଦ୍ୱାର ଜେଲ୍ ଅଧୀକ୍ଷକ ଶୁଭକାନ୍ତ ମିଶ୍ର  ସୂଚନା ଦେଇଛନ୍ତି।

ଚିହ୍ନଟ ଆକ୍ରାନ୍ତ ଜଣଙ୍କ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଡ୍ୟୁଟି କରିଥିଲେ। ଜଣେ କଏଦୀଙ୍କର ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ  ଚିକିତ୍ସା ଚାଲିଥିବା ବେଳେ ୪ ଜଣ ୱାର୍ଡର ଡ୍ୟୁଟି କରିଥିଲେ। ଡ୍ୟୁଟି କରିଥିବା ୪ ୱାର୍ଡରଙ୍କ ମଧ୍ୟରୁ ଜଣଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ ‌ଆସିଛି।

ଏହି ଘଟଣା ପରେ ଜେଲ୍ ଓ ବାରାକ୍ ଷ୍ଟାଫ୍‌ଙ୍କ ସ୍ୱାବ୍ ଟେଷ୍ଟ ପାଇଁ ଜେଲ୍ ସୁପରିଟେଣ୍ଡେଣ୍ଟ ପ୍ରଶାସନ ନିକଟକୁ ଚିଠି ଲେଖିଛନ୍ତି ।

Leave a Reply

Your email address will not be published.