ବରଗଡ଼ରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର (ଓଡିଶା ଟାଇମ୍) : ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ l ଏହି କୋରୋନା ଆକ୍ରାନ୍ତ ଜଣଙ୍କ ବରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ବରପାଲି ବ୍ଲକ୍‌ ଅଞ୍ଚଳର। ଏନେଇ ବରଗଡ଼ ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ସୂଚନାଅନୁସାରେ, ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ବୟସ ୪୦ ବର୍ଷ। କିଛି ଦିନ ତଳେ ସେ ମୁମ୍ବାଇରୁ ଫେରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୂର୍ବରୁ ବରଗଡ଼ରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଏଯାବତ୍‌ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ କୋରୋନା ସଂଖ୍ୟା ୧୫୯୩ ରେ ପହଁଞ୍ଚିଛି l ସେମାନଙ୍କ ମଧ୍ୟରୁ ୭୭୪ ଚିକିସତ୍ିତ ହେଉଥିବା ବେଳେ ୮୧୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି l ୭ ଜଣଙ୍କର ମୃତ୍ୟୁ ହୋଇଛି l

Leave a Reply

Your email address will not be published.