ମାଓବାଦୀ ଶିବିରକୁ ଧ୍ବଂସ କଲା ପୁଲିସ: ବିପୁଳ ସାମଗ୍ରୀ ଜବତ

ଭୁବନେଶ୍ଵର, (ଓଡ଼ିଶା ଟାଇମ): କନ୍ଧମାଳର ମାଓ ଶିବିରରେ ଚଢାଉ କରିଛି ପୁଲିସ। ଏହାଦ୍ବାରା ଦାପଦର ରିଜର୍ଭ ଜଙ୍ଗଲ ପରିସରରେ ସ୍ଥାପିତ ଶିବିର ସମ୍ପୂର୍ଣ ଧ୍ବଂସ ହୋଇଛି। ମାଓବାଦୀମାନେ ଖସି ପଳାଇବାରେ ସଫଳ ହୋଇଥିଲେ ମଧ୍ୟ ପୁଲିସ ଘଟଣାସ୍ଥଳରୁ ପାରାମିଲିଟାରୀ ୟୁନିଟ୍ ୟୁରିଆ, ବନ୍ଧୁକ ଏବଂ ଅନ୍ୟାନ୍ୟ ବିସ୍ଫୋରକ ପଦାର୍ଥ ସହିତ ୧୫ କିଲୋଗ୍ରାମ ବିସ୍ଫୋରକ ଜବତ କରିଛି। 

ଲଦାପଦର ରିଜର୍ଭ ଜଙ୍ଗଲ ପରିସରରେ ସ୍ଥାପିତ ଶିବିରରେ ୫ଜଣ ମହିଳା ମାଓବାଦୀଙ୍କ ସମେତ ପ୍ରାୟ ୧୫-୨୯ ଜଣ ମାଓବାଦୀ ଉପସ୍ଥିତ ଥିବା ନେଇ ୩ ଦିନ ତଳେ ପୋଲିସକୁ ସୁରାକ ମିଳିଥିଲା । ଏହାପରେ  ପୋଲିସ ଡିଜିପି ଅଭୟଙ୍କ ନିର୍ଦ୍ଦେଶ ତଥା କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ଗୀତା ସିଂହ ଜୁନ୍ ୨୯ ତାରିଖରେ ଜଙ୍ଗଲରେ ଏକ ଅପରେସନ୍ ଆରମ୍ଭ କରିଥିଲେ ।  ଏସଓଜି ଟିମ୍ ସେମାନଙ୍କୁ ଧରିବା ପାଇଁ ଯାଇଥିଲେ।  ତେବେ ସମସ୍ତ ମାଓବାଦୀମାନେ ଘଞ୍ଚ ଜଙ୍ଗଲରେ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ। ଘଟଣାସ୍ଥଳରୁ ପାରାମିଲିଟାରୀ ୟୁନିଟ୍ ୟୁରିଆ, ବନ୍ଧୁକ ଏବଂ ଅନ୍ୟାନ୍ୟ ବିସ୍ଫୋରକ ପଦାର୍ଥ ସହିତ ୧୫ କିଲୋଗ୍ରାମ ବିସ୍ଫୋରକ ଜବତ କରାଯାଇଛି। ସର୍ଚ୍ଚ ଅପରେସନକୁ ଜୋରଦାର କରି ଏସଓଜି ଟିମ୍ ୨୮ଟି ଡିଟୋନେଟର, ମଲ୍ଟିମିଟର, ବ୍ୟାଗ, ବ୍ଲାକ୍ କ୍ୟାପ୍, ରିଚାର୍ଜ ଯୋଗ୍ୟ ବ୍ୟାଟେରୀ, କ୍ୟାମ୍ପ ଉପକରଣ, ମାଓବାଦୀ ବ୍ୟାନର, ପୋଷ୍ଟର ଏବଂ ସାହିତ୍ୟ ଉଦ୍ଧାର କରିଛନ୍ତି। ଏବେ ବି ସେହି ଅଞ୍ଚଳରେ କମ୍ବିଂ ଅପରେସନ୍ ଜୋରଦାର୍ ରହିଛି ବୋଲି କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ଗୀତା ସିଂହ ସୂଚନା ଦେଇଛନ୍ତି।

ପ୍ରତୀକ ଗୀତା ସିଂ କାର୍ଯ୍ୟ ରେ ଯୋଗ ଦେବା ଦିନଠାରୁ ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ମାଓ କାର୍ଯ୍ୟ କଳାପ ଉପରେ ଏକ ପ୍ରକାର ରୋକ ଲାଗିଛି । ଅପରାଧ ନିୟନ୍ତ୍ରଣ ରେ ବେଶ ପାରଙ୍ଗମ ପ୍ରତୀକ ଗୀତା ସିଂ ଖୁବ କମ ଦିନ ମଧ୍ୟରେ ଜିଲ୍ଲାରେ ଲୋକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି । ସେହିପରି ତାଙ୍କ ନାଁ କୁ ନେଇ ମଧ୍ୟ କିଛି ରୋଚକ ଖବର ହସ୍ତଗତ ହୋଇଛି । ଆରକ୍ଷୀ ଅଧୀକ୍ଷକଙ୍କ ନାଁ ପ୍ରତୀକ ସିଂ ହୋଇଥିବା ବେଳେ ସେ ନିଜ ନାଁ ମଝିରେ ମା ଙ୍କ ନାଁ ଗୀତା କୁ ସ୍ଥାନ ଦେଇଛନ୍ତି । ଏହିଥିରୁ ହିଁ ତାଙ୍କର ସଂସ୍କାର ଓ ଗୁରୁଜନଙ୍କ ପ୍ରତି ସମ୍ମାନ ବେଶ ସ୍ପଷ୍ଟ ଅନୁମେୟ ।

Leave a Reply

Your email address will not be published.