ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ, ଆଜିଠୁ ଆରମ୍ଭ ହେଲା ସ୍ଲଟ୍ ବୁକିଂ
ଭୁବନେଶ୍ବର, (ଓଡିଶା ଟାଇମ୍) : ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ଆଜିଠାରୁ ପୁଣିଥରେ ସ୍ଲଟ୍ ବୁକିଂ ଆରମ୍ଭ ହୋଇଛି। ସକାଳ ୭ଟାରୁ ସ୍ଲଟ୍ ବୁକିଂ ଆରମ୍ଭ ହୋଇଛି ।
ସେହିଭଳି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ୨୨ ତାରିଖ ଠାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ସମସ୍ତ ଆବେଦନକାରୀ ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସେହିପରି ଆବେଦନକାରୀଙ୍କୁ ଟେଷ୍ଟ୍ ସେଣ୍ଟର ଭିତରକୁ ନିଜ ସାଙ୍ଗସାଥି କିମ୍ବା ସମ୍ପର୍କୀୟଙ୍କୁ ଆଣିବାକୁ ବାରଣ କରାଯାଇଛି। ଏଥିସହ କଣ୍ଟେନ୍ମେଣ୍ଟ୍ ଜୋନ୍ରୁ କେହି ଆବେଦନକାରୀ ଟେଷ୍ଟ୍ ପାଇଁ ଆସିଲେ ଏ ନେଇ ତୁରନ୍ତ ପୁଲିସ୍କୁ ଖବର ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
୨୯ ତାରିଖରୁ ଲର୍ଣ୍ଣିଂ ଲାଇସେନ୍ସ ପରୀକ୍ଷା ହେବ। ସେହିଭଳି ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ ବୁକିଂ ପାଇଁ ୨୨ ତାରିଖ ଠାରୁ ଆରମ୍ଭ ହେବ। ଡିଏଲ୍ ଟେଷ୍ଟ ୧୮ରୁ ଓ ଏଲ୍ଏଲ୍ ଟେଷ୍ଟ ୨୯ରୁ ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି। ସାମାଜିକ ଦୂରତ୍ୱ ସହ ସବୁ ଗାଇଡଲାଇନ ମାନି ଡିଏଲ୍ ଟେଷ୍ଟ ଆରମ୍ଭ ହେବ।