ଆଜିଠୁ ଅନଲାଇନରେ ଟ୍ରେନ ଟିକେଟ ବୁକିଂ ଆରମ୍ଭ
ନୂଆଦିଲ୍ଲୀ,(ଓଡିଶା ଟାଇମ୍) : ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍ ଟିକେଟ ବୁକିଂ ଆରମ୍ଭ ହେବ। ଆସନ୍ତା ଜୁନ୍ ୧ରୁ ରେଲ୍ୱେ ପକ୍ଷରୁ ୨୦୦ଟି ରେଗୁଲାର୍ ପାସେଞ୍ଜର ଟ୍ରେନ୍ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଆଜି ସକାଳ ୧୦ଟାରୁ IRCTC ୱେବ୍ସାଇଟ୍ କିମ୍ବା ଏହାର ଆପ୍ ମାଧ୍ୟମରେ ଅନ୍ଲାଇନ୍ରେ ଟିକେଟ ବୁକିଂ ପ୍ରକ୍ରିୟା ଆରମ୍ଭ ହେବ। ଆଗୁଆ reservation ପାଇଁ ସର୍ବାଧିକ ୩୦ ଦିନ ସମୟ ରହିବ। ସେହିପରି ଯାତ୍ରୀମାନେ ଯାତ୍ରା କରିବାର ୨ ଘଣ୍ଟା ପୂର୍ବରୁ ଅନ୍ଲାଇନ୍ରେ ଟିକେଟ ବୁକିଂ କରିପାରିବେ। ତେବେ ଏସି, ନନ୍-ଏସି ଓ ଜେନେରାଲ କ୍ଲାସ୍ କୋଚ୍ ପାଇଁ reservation ରହିବ। Reservation Against Cancellation(RAC) ଏବଂ ୱେଟିଂ ଲିଷ୍ଟ ମଧ୍ୟ ପ୍ରସ୍ତୁତ ହେବ। ତେବେ ପାସେଞ୍ଜର ଚାର୍ଟ ପ୍ରସ୍ତୁତ ହେବାପରେ ୱେଟିଂ ଲିଷ୍ଟ୍ରେ ଥିବା ଯେଉଁ ଯାତ୍ରୀଙ୍କ ନାଁ କନ୍ଫର୍ମ ହୋଇ ନ ଥିବ ସେମାନଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ। ଜେନେରାଲ୍ କ୍ଲାସ୍ରେ ସେକେଣ୍ଡ୍ ସିଟିଂ ଫେୟାର ଚାର୍ଜ କରାଯିବ । କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଜାରି ହେବାର କିଛି ଦିନ ପରେ ଟ୍ରେନ୍ ଚଳାଚଳ ନେଇ ନିଷ୍ପତ୍ତି ନିଆଯାଇଥିଲା। ଟ୍ରେନ ଚାଲୁ ହେଲେ କୋରୋନା ପାଇଁ କିଛି ନିୟମକୁ ପାଳନ କରିବାକୁ କୁହାଯାଇଛି । ଯେଉଁ ଯାତ୍ରୀମାନେ ନିୟମ ଉଲଙ୍ଘନ କରିବେ ତାଙ୍କୁ ଟ୍ରେନରେ ଯାତ୍ରା କରାଇ ଦିଆଜୀବନି ବୋଲି କୁହାଯାଇଛି ।












