ଅକ୍ସିଜେନ୍ ଏବଂ ଔଷଧ ବିତରଣକୁ ନେଇ ସୁପ୍ରିମ୍ କୋର୍ଟଙ୍କ ଆକ୍ସନ, ଗଠନ କଲେ ଟାସ୍କ ଫୋର୍ସ
ନୂଆଦିଲ୍ଲୀ, (ଓଡିଶା ଟାଇମ୍):ଦେଶରେ ବିଭିନ୍ନ ରାଜ୍ୟଙ୍କୁ ଅକ୍ସିଜେନ୍ ଏବଂ ଆବଶ୍ୟକ ଜରୁରୀ ଔଷଧ ଅଭାବର ସାମ୍ନା କରିବାକୁ ପଡ଼ୁଛି । ସୁପ୍ରିମ୍ କୋର୍ଟ ମଧ୍ୟ ଏଥିପ୍ରତି ଲଗାତାର ନଜର ରଖିଛନ୍ତି । କୋର୍ଟ ଶନିବାର ରାଜ୍ୟ ଗୁଡ଼ିକରେ ଅକ୍ସିଜେନ୍ ଏବଂ ଜରୁରୀ ଔଷଧର ବିତରଣ ପାଇଁ ୧୨ ସଦସ୍ୟଙ୍କୁ ନେଇ ଜାତୀୟ ଟାସ୍କ ଫୋର୍ସର ଗଠନ କରିଛନ୍ତି ।
କୋର୍ଟ ଏନେଇ ଆଦେଶ ଜାରି କରିଛନ୍ତି । ଏହି ଆଦେଶରେ କୁହାଯାଇଛି ଯେ, ଟାସ୍କ ଫୋର୍ସ ପରାମର୍ଶ ଏବଂ ସୂଚନା ପାଇଁ କେନ୍ଦ୍ର ସରକାରଙ୍କ ମାନବ ସଂଶୋଧନ ବିଭାଗ ଠାରୁ ସ୍ୱତନ୍ତ୍ର ରହିବ । ଏହି ଫୋର୍ସ କାମ କରିବା ପାଇଁ ନିଜ ଶୈଳୀ ଏବଂ ପ୍ରକ୍ରିୟା ପ୍ରସ୍ତୁତ କରିବା ପାଇଁ ମଧ୍ୟ ସ୍ୱତନ୍ତ୍ର ରହିବ ।