୧୯ଟି ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ
ଭୁବନେଶ୍ଵର, (ଓଡିଶା ଟାଇମ୍): ଘଡଘଡି ଆବାଜରେ କମ୍ପିବ ଅଧା ଓଡିଶା । ଏପରିକି ଘଣ୍ଟା ପ୍ରତି ୪୦ କିମି ବେଗରେ ବହିବ ପବନା ୧୯ଟି ଜିଲ୍ଲାକୁ ଏ ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ । ସୂଚନା ଅନୁସାରେ ଓଡିଶାର ୧୯ଟି ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ପବନ ହେବାର ସମ୍ଭାବନା ରହିଛି । ଏପରିକି ଘଣ୍ଟା ପ୍ରତି ୩୦ରୁ ୪୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛିା ସେଥିପାଇଁ ରାଜ୍ୟର ୧୯ ଜିଲ୍ଲାକୁ ଆଲର୍ଟ ରହିବାକୁ କୁହାଯାଇଛି ।
ଜିଲ୍ଲାଗୁଡିକ ହେଲା- ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା , କଟକ, ଜଗତସିଂହପୁର, ଝାରସୁଗୁଡା, ସୁନ୍ଦରଗଡ, ଦେଓଗଡ, କେଉଁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବରଗଡ, ସମ୍ବଲପୁର, କୋରାପୁଟ, ମାଲକାନାଗିରି, ରାୟଗଡା ଓ କନ୍ଧମାଳ । ଏସବୁ ଜିଲ୍ଲାରେ ଆଜି ଅପରାହ୍ନରୁ ଆସନ୍ତାକାଲି (ମେ ୧୦) ସକାଳ ୮.୩୦ ଯାଏ ସତର୍କ ରହିବାକୁ କୁହାଯାଇଛି ।