କେନ୍ଦ୍ରାପଡ଼ା ଜିଲ୍ଲାରେ ପହଂଚିଲେ ୧୨୧୯୮ ପ୍ରବାସୀ ଶ୍ରମିକ, ଗୋଟିଏ ଦିନରେ ଫେରିଲେ ୨୨୨୯

କେନ୍ଦ୍ରାପଡ଼ା, (ଓଡ଼ିଶା ଟାଇମ୍‌) :ଲକଡାଉନ ଯୋଗୁ ଦେଶର ବିଭିନ୍ନ ସହର ଓ ରାଜ୍ୟରେ ଫସି ରହିଥିବା ହଜାର ହଜାର ଶ୍ରମିକ ଏବେ ଫେରିବାରେ ଲାଗିଛନ୍ତି । ଏହି କ୍ରମରେ ଗତ ସୋମବାର ସୁଦ୍ଧା ମୋଟ ୧୨୧୯୮ଜଣ ପ୍ରବାସୀ ଶ୍ରମିକ କେନ୍ଦ୍ରାପଡ଼ା ଜିଲ୍ଲାରେ ପହଂଚିଛନ୍ତି । ଗତ ସୋମବାର ଜିଲ୍ଲାରେ ସର୍ବାଧିକ ୨୨୨୯ ଜଣ ପ୍ରବାସୀ ଶ୍ରମିକ ପହଂଚିଛନ୍ତି ।

ସୋମବାର ଜିଲ୍ଲାକୁ ଫେରିଥିବା ୨୨୨୯ ଜଣ ଶ୍ରମିକଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ବ୍ଲକୁ ୧୦୭ ଜଣ, ପଟାମୁଣ୍ଡାଇ ବ୍ଲକକୁ ୩୦୮ ଜଣ, ମହାକଳପଡ଼ା ବ୍ଲକକୁ ୨୩୩ ଜଣ, ମାର୍ଶାଘାଇ ବ୍ଲକୁ ୨୩୦ ଜଣ, ରାନଗର ବ୍ଲକକୁ ୨୩୩ ଜଣ, ରାଜକନିକା ବ୍ଲକକୁ ୩୧୩ ଜଣଳ ଆଳିକୁ ୧୦୦ ଜଣ, ଡେରାବିଶ ବ୍ଲକୁ ୩୧୫ ଜଣ ଓ ଗରଦପୁର ବ୍ଲକକୁ ସର୍ବାଧିବ ୩୯୦ ଜଣ ପ୍ରବାସୀ ଶ୍ରମିକ ଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ଘରବାହୁଡ଼ା ପ୍ରବାସୀ ଶ୍ରମିକମାନଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି ।

Leave a Reply

Your email address will not be published. Required fields are marked *