ଓଡ଼ିଶାରେ ଅନଲାଇନରେ ମିଳିବ ମଦ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ମଦ ଅନଲାଇନରେ ବିକ୍ରି କରିବାକୁ ନିଷ୍ପତ୍ତି ଗ୍ରହଣ ନେଇଛନ୍ତି ରାଜ୍ୟ ସରକାର। ତେବେ କେବଳ ଅନଲାଇନ ନୁହେଁ, ଅଫଲାଇନରେ ମଧ୍ୟ ମଦ ବିକ୍ରି କରାଯିବାକୁ ଅନୁମତି ଦିଆଯାଉ ବୋଲି ସଂଘ ଦାବି କରିଛି l ଅନଲାଇନରେ ମଦ ବିକ୍ରି ହେଲେ ବ୍ୟବସାୟୀ ମଦ ନିଗମ ଦ୍ୱାରା ଧାର୍ଯ୍ୟ ଟାର୍ଗେଟ ଫୁଲଫିଲ କରିପାରିବେନି ବୋଲି କହିଛି ସଂଘ। ତେଣୁ ସରକାର ଅନଲାଇନ ସହ ଅଫଲାଇନରେ ମଦ ବିକ୍ରି ପାଇଁ ଅନୁମତି ଦିଅନ୍ତୁ ବୋଲି ସଂଘ କହିଛି lଯଦି ଏଥିଲାଗି ଅନ୍ୟ କୌଣସି ସଂସ୍ଥାର ସହାୟତା ନିଆଯାଏ ତାହା ହେଲେ ମଦ ଗ୍ରାହକଙ୍କ ପାଖରେ ପହଞ୍ଚିପାରିବ କି ନାହିଁ ତାହାକୁ ନେଇ ସନ୍ଦେହ ପ୍ରକାଶ ପାଉଛି। ଏହାସହ ଗ୍ରାହକଙ୍କ ନିକଟକୁ ମଦ ପହଞ୍ଚାଇବା ପାଇଁ ଯଥେଷ୍ଟ ଷ୍ଟାଫ ନଥିବା ସଂଘ କହିଛି। କୋରୋନା ମୁକାବିଲା ପାଇଁ ହୋଇଥିବା ନିୟମକୁ ପାଳନ କରି ମଦ ବିକ୍ରି ପାଇଁ ଅନୁମତି ଦେଲେ ଭଲ ହୁଅନ୍ତା ବୋଲି କହିଛି କଟକ ବିଦଦେଶୀ ମଦ ବ୍ୟବସାୟୀ ସଂଘ। ଦୀର୍ଘ ଦିନ ହେବ ମଦ ଦୋକାନ ବନ୍ଦ ହେବା ଯୋଗୁଁ କଟକର ବ୍ୟବସାୟୀମାନଙ୍କୁ ନାହିଁ ନ ଥିବା କ୍ଷତି ସହିବାକୁ ପଡିଛି।ଦେଶର ଦୁଇ ବଡ଼ ବଡ଼ ଅନ୍‌ଲାଇନ୍‌ ଫୁଡ୍ ଡେଲିଭରି କମ୍ପାନୀ ସ୍ୱୀଗି ଓ ଜମାଟୋ ମଦର ଅନ୍‌ଲାଇନ୍‌ ହୋମ୍‌ ଡେଲିଭରି ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାଞ୍ଚିରେ ଏହି ସେବା ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏହି ସେବା ଆରମ୍ଭ କରିବାକୁ ସରକାରଙ୍କ ସହିତ ଆଲୋଚନା ଚାଲିଛି ବୋଲି ସ୍ୱିଗୀ କହିଛି।

Leave a Reply

Your email address will not be published.