୨୦୧୯, ବଲିଉଡ୍ ପରଦାରେ ମହିୟସୀ ମହିଳାଙ୍କ ରାଜ୍
ଆସିଗଲା ୨୦୧୯ । ବଡ଼ ପରଦାର ଫିଲ୍ମକୁ ନେଇ ସିନେପ୍ରେମୀଙ୍କ ମନରେ ଅନେକ ଆଗ୍ରହ ଓ ଉଦ୍ଦିପନା । ପ୍ରଶଂସକ ସେମାନଙ୍କର ପ୍ରିୟ କଳାକାରଙ୍କୁ ପରଦାରେ ଦେଖିବା ପାଇଁ ଉତ୍ସାହିତ । ଚଳିତବର୍ଷ ପରଦା ଉପରେ ମହିୟସୀ ମହିଳାମାନେ ରାଜ୍ କରିବେ ବୋଲି ଫିଲ୍ମ ସମୀକ୍ଷକମାନେ ଆଗୁଆ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ସେହି ସମସ୍ତ ମହିଳାଙ୍କ ଭୂମିକାରେ ନଜର ଆସିବେ ବଲିଉଡ୍ର ଅନନ୍ୟା ନାୟିକାମାନେ । ତେଣୁ ଚଳିତବର୍ଷ ମହିଳାଙ୍କ ସଫଳତାର ବର୍ଷ ହେବ ବୋଲି କୁହାଯାଉଛି । ଏଭର୍ଗ୍ରୀନ୍ ବାୟୋପିକ୍ର ଧାରା ସବୁବେଳେ ଦର୍ଶକଙ୍କୁ ଆକୃଷ୍ଟ କରିଛି । ଏହି ଧାରାକୁ ବହୁତ ଆଗକୁ ନେଇଯିବ ଚଳିତବର୍ଷର କିଛି ଫିଲ୍ମ । ଆଗାମୀ ବାୟୋପିକ୍ ଭାବେ ଦର୍ଶକ ଦେଖିବାକୁ ପାଇବେ ମହିଳା ଭିତ୍ତିକ ଫିଲ୍ମ –
ମଣିକର୍ଣ୍ଣିକା: ଦ କୁଇନ୍ ଅଫ୍ ଝାନ୍ସୀ
ଏହି ଫିଲ୍ମରେ କଙ୍ଗନା ରଣାୱତ୍ ଝାନ୍ସୀରାଣୀଙ୍କ ଭୂମିକାରେ ଅଛନ୍ତି । ଏଥିରେ ଝାନ୍ସୀରାଣୀଙ୍କ ବିରତ୍ୱର ଗାଥା ବର୍ଣ୍ଣିତ ।
ଛପାକ୍
ଏସିଡ୍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍ଙ୍କ ଉପରେ ଆଧାରିତ ଏହି ବାୟୋପିକ୍ରେ ଦୀପିକା ପାଦୁକୋଣ୍ ମୁଖ୍ୟ ଭୂମିକାରେ ଆସିବେ । ଏସିଡ୍ ପୀଡ଼ିତାଙ୍କ ଜୀବନ ସଂଘର୍ଷର କାହାଣୀକୁ ନେଇ ନିର୍ମିତ ହୋଇଛି ‘ଛପାକ୍’ ।
ସକିଲା
୯୦ ଦଶକରେ ଦକ୍ଷିଣ ଭାରତୀୟ ଆଡଲ୍ଟ ଫିଲ୍ମ ପାଇଁ ଚର୍ଚ୍ଚାରେ ରହିଥିବା ନାୟିକା ‘ସକିଲା’ଙ୍କ ଜୀବନଗାଥା ନେଇଆସିବ ଫିଲ୍ମ ‘ସକିଲା’ । ଏଥିରେ ‘ସକିଲା’ ଚରିତ୍ରରେ ଦର୍ଶକଙ୍କ ସାମନାକୁ ଆସିବେ ରିଚା ଚଡ୍ଡା ।
ଗୁଞ୍ଜନ୍
ଗତବର୍ଷ ବଲିଉଡ୍ରେ ପାଦ ଥାପିଥିବା ସୁନ୍ଦରୀ ନାୟିକା ଜାହ୍ନବୀ କପୁର୍ଙ୍କ ଆଗାମୀ ଫିଲ୍ମ ଭାବେ ରିଳିଜ୍ ହେବାକୁ ଯାଉଛି ଗୁଞ୍ଜନ୍ ସକ୍ସେନାଙ୍କ ବାୟୋପିକ୍ । କାର୍ଗିଲ୍ ଯୁଦ୍ଧରେ ସହିଦ୍ ହୋଇଥିବା ମହିଳା ଲେଫ୍ଟନାଂଟ୍ ଗୁଞ୍ଜନ୍ଙ୍କ ଅସୀମ ସାହସର କାହାଣୀ ଏହି ବାୟୋପିକ୍ ମାଧ୍ୟମରେ ଦେଖିବାକୁ ମିଳିବ ।
ସାଇନାଙ୍କ ବାୟୋପିକ୍
ଅମୋଲ୍ ଗୁପ୍ତାଙ୍କ ନିର୍ଦ୍ଦେଶିତ ବାୟୋପିକ୍ରେ ଶ୍ରଦ୍ଧା କପୁର୍ ମହିଳା ବ୍ୟାଡ୍ମିଣ୍ଟନ୍ ଆଇକନ୍ ସାଇନା ନେହେବାଲ୍ଙ୍କ ଭୂମିକାରେ ପରଦା ଉପରକୁ ଆସିବେ ।
ଡେବୋରା ହେରାଲ୍ଡ
ପ୍ରଥମ ଭାରତୀୟ ସାଇକ୍ଲିଷ୍ଟ୍ ଭାବେ ଇଣ୍ଟର୍ନ୍ୟାସ୍ନାଲ୍ ପ୍ରତିଯୋଗିତାରେ ଭାଗ ନେଇଥିବା ୨୩ ବର୍ଷୀୟା ଡେବୋରା ହେରାଲ୍ଡଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେଉଛି ‘ଡେବୋରା ହେରାଲ୍ଡ’ । ଏହି ବାୟୋପିକ୍ର ମୁଖ୍ୟ ଭୂମିକାରେ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ ପରଦା ଉପରକୁ ଆସିବେ । ଏହି ଫିଲ୍ମରେ କଙ୍ଗନା ରଣାୱତ୍ ଝାନ୍ସୀରାଣୀଙ୍କ ଭୂମିକାରେ ଅଛନ୍ତି । ଏଥିରେ ଝାନ୍ସୀରାଣୀଙ୍କ ବିରତ୍ୱର ଗାଥା ବର୍ଣ୍ଣିତ ।