‘ବିଶ୍ୱ ଜନସଂଖ୍ୟା ଦିବସ’ କାହିଁକି ପାଳିତ ହୋଇଥାଏ, ପଢନ୍ତୁ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦୁନିଆରେ କ୍ରମାଗତ ଭାବେ ଜନସଂଖ୍ୟା ବଢିବାରେ ଲାଗିଛି । ଜନସାଧାରଣଙ୍କୁ ଏଥିପ୍ରତି ଜାଗୃତ କରିବା ଲାଗି ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ‘ବିଶ୍ୱ ଜନସଂଖ୍ୟା ଦିବସ’ ପାଳନ କରାଯାଇଥାଏ ।
ଯାହାଫଳରେ ଲୋକମାନେ ଏଥିପ୍ରତି ରୋକ ଲଗାଇବା ସହ ସଚେତନ ହୋଇପାରିବେ । ସମ୍ପ୍ରତି ଭାରତ, ଚୀନ ସମେତ ଅନେକ ଦେଶରେ ବଢୁଥିବା ଜନସଂଖ୍ୟା ଚିନ୍ତାର ବିଷୟ ପାଲଟିଛି।
୧୯୮୯ ମସିହାରେ ବିଶ୍ୱରେ ମୋଟ୍ ଜନସଂଖ୍ୟା ପାଖାପାଖି ୫ ବିଲିୟନ୍ ରହିଥିଲା । ସେ ସମୟରେ ବଢୁଥିବା ଜନସଂଖ୍ୟାକୁ ଦେଖି ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ୧୯୮୯ ମସିହା ଆଜିର ଦିନକୁ ‘ବିଶ୍ୱ ଜନସଂଖ୍ୟା ଦିବସ’ ଭାବେ ପାଳନ କରିବା ଲାଗି ଘୋଷଣା କରାଯାଇଥିଲା ।
ପରେ ୧୯୯୦ ମସିହା ଜୁଲାଇ ୧୧ ତାରିଖରେ ଅନେକ ଦେଶରେ ଏହି ବିଶ୍ୱ ଜନସଂଖ୍ୟା ଦିବସକୁ ଚିହ୍ନିତ କରାଯାଇଥିଲା । ଏହି ଦିନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ଯେଉଁଥିରେ ଜନସଂଖ୍ୟା ବୃଦ୍ଧି ହେଲେ କେଉଁ ସବୁ ଅସୁବିଧା ହେବ, ସେ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରା ଯାଇଥାଏ ।
ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ହେଉଛି- ପରିବାର ନିୟୋଜନ, ଲିଙ୍ଗଗତ ସାମ୍ୟତା, ଦାରିଦ୍ର୍ୟ, ମାତୃ ସ୍ୱାସ୍ଥ୍ୟ, ମାନବିକ ଅଧିକାର ଭଳି ବିଷୟ ଉପରେ ଜନ ସଚେତନତା ସୃଷ୍ଟି କରିବା ।
ଚଳିତ ବର୍ଷ ‘ବିଶ୍ୱ ଜନସଂଖ୍ୟା ଦିବସ’ର ଥିମ୍ – ମହିଳା ଓ ଝିଅ ମାନଙ୍କର ସ୍ୱାସ୍ଥ୍ୟ ଓ ଅଧିକାରର ସୁରକ୍ଷା ଉପରେ ଆଧାରିତ ।
ସେହିପରି ‘ବିଶ୍ୱ ଜନସଂଖ୍ୟା ଦିବସ’ ୨୦୧୯ର ଥିମ୍ ରହିଥିଲା- ଫ୍ୟାମିଲି ପ୍ଲାନିଂ: ଏମପାୱାରିଂ ପିପଲ, ଡେଭଲପପିଂ ନେସନ୍ ।