ବିଶ୍ୱ ଗରିବ ମାନକ ୧୭୬ଟଙ୍କାକୁ ବଢ଼ିବ

ଭୁବନେଶ୍ୱର: ବିଶ୍ୱ ବ୍ୟାଙ୍କ ମଝିରେ ମଝିରେ ଦରଦାମ ଓ ଜୀବନ ଯାପନ ଖର୍ଚ୍ଚ ବୃଦ୍ଧି ସହ ଅନ୍ୟକିଛି ମାନକ ଆଧାରରେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକଙ୍କ ଆୟରେ କିଛି ପରିବର୍ତ୍ତନ କରିଥାଏ । ନିକଟରେ ବିଶ୍ୱ ବ୍ୟାଙ୍କ ଅତ୍ୟନ୍ତ ଗରିବ ବ୍ୟକ୍ତି ବା ବିପିଏଲ ଶ୍ରେଣୀର ଲୋକମାନଙ୍କର ଆୟରେ ପରିବର୍ତ୍ତନ କରିଛି । ନୂଆ ମାନକ ଅନୁସାରେ ଏବେ ଦୈନିକ ୨.୧୫ ଡଲାର ବା ୧୬୭ ଟଙ୍କାରୁ ଯଦି କମ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ବିପିଏଲ ବୋଲି ଧରାଯିବ ।

ଏହା ପୂର୍ବରୁ ପ୍ରତିଦିନ ୧୪୭ ଟଙ୍କା ଆୟ କରୁଥିବା ବ୍ୟକ୍ତିକୁ ଅତ୍ୟନ୍ତ ଗରିବ ବୋଲି ଧରାଯାଉଥିଲା । ତେବେ ୟୁକ୍ରେନ ଓ ରୁଷ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଦରଦାମ ବୃଦ୍ଧି ପାଇଛି, ତେଣୁ ଏଇ ନୂଆ ମାନକକୁ ଚଳିତ ବର୍ଷ ଶେଷ ସୁଧା ବିଶ୍ୱ ବ୍ୟାଙ୍କ ଲାଗୁ କରିଦେବ ବୋଲି ଜଣାପଡ଼ିଛି । ତେବେ ବିଶ୍ୱ ବ୍ୟାଙ୍କ ୨୦୧୭ର ଦରଦାମ ଆଧାରରେ ନୂଆ ଗରିବ ରେଖା ୨.୧୫ ଡଲାର ନିଧାରଣ କରାଯାଇଛି । ଅର୍ଥାତ୍ ଏବେ ଯଉଁ ବ୍ୟକ୍ତି ଦୈନିକ ୨.୧୫ ଡଲାର ବା ୧୬୭ ଟଙ୍କାରେ ନିଜର ଗୁଜୁରାଣ କରୁଛନ୍ତି ତାଙ୍କୁ ଅତ୍ୟନ୍ତ ଗରିବ ଶ୍ରେଣୀର ବୋଲି ଧରାଯିବ ।

୨୦୧୭ରେ ଗରିବ ସଂଖ୍ୟା ୭୦ କୋଟିରେ ରହିଥିଲା ଏବେ ଏହା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଭାରତରେ ବିପିଏଲ ସ୍ଥିତି ୨୦୧୧ ତୁଳନାରେ ୨୦୧୯ରେ ୧୨.୩ ପ୍ରତିଶତ କମିଛି । ତେବେ ଗ୍ରାମୀଣ ଗରିବଙ୍କ ସଂଖ୍ୟା ମଧ୍ୟ କମିଛି । ଅର୍ଥାତ୍ ଗାଁ ଲୋକଙ୍କ ମଧ୍ୟରେ ରୋଜଗାର ବଢ଼ିଛି ।

୨୦୧୧ ରେ ଗ୍ରାମୀଣ କ୍ଷେତ୍ରରେ ୨୨.୫ ପ୍ରତିଶତ ଗରିବ ଥିବାବେଳେ ୨୦୧୯ରେ ଏହା ଅଧା ହ୍ରାସ ପାଇଁ ୧୦.୨ରେ ପହଞ୍ଚିଛି । ଅର୍ଥାତ୍ ଗ୍ରାମୀଣ କ୍ଷେତ୍ରରେ ଗରିବଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି । କ୍ଷୁଦ୍ର ଚାଷୀଙ୍କ ଆମଦାନୀରେ ଦଅୁତ ଗତିରେ ଅଭିବୃଦ୍ଧି ଘଟିଛି ।

୨୦୧୩ ଆଉ ୨୦୧୯ ମଧ୍ୟରେ ଆୟ ବାର୍ଷିକ ୧୦ ପ୍ରତିଶତ ବୃଦ୍ଧି ଘଟିଥିବା ଜଣାପଡ଼ିଛି । ତେବେ ବଡ଼ ଚାଷୀଙ୍କ ଆୟରେ କମ୍ ଅର୍ଥାତ୍ ମାତ୍ର ୨ ପ୍ରତିଶତ ବୃଦ୍ଧି ଘଟିଛି । ତେବେ ଏହି ବିପିଏଲ ନିୟମ ଖୁବ୍‍ଶୀଘ୍ର ରାଜ୍ୟରେ ମଧ୍ୟ ଲାଗୁହେବାକୁ ଯାଉଛି । ଯେଉଁମାନଙ୍କର ୧୬୭ ଟଙ୍କାରୁ କମ୍ ଆୟ ରହିବ, ସେମାନଙ୍କୁ ବିପିଏଲରେ ଘୋଷଣା କରାଯିବ ।

Leave a Reply

Your email address will not be published.