#CoronaWorldUpdates: ବିଶ୍ଵରେ କରୋନା ବୃଦ୍ଧି ସଂଖ୍ୟା କମୁଛି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ହ୍ରାସ କିଛି ଦିନ ହେଲା ଲକ୍ଷ୍ୟ କରାଯାଉଛି।ବିଗତ ୨୪ ଘଣ୍ଟା ଭିତରେ ୭୧୫୭୨ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହି ସଂଖ୍ୟା ଗତକାଲିର ସଂଖ୍ୟା ଅପେକ୍ଷା ୫୭୦୨ କମ୍‌ ବୋଲି ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ତଥ୍ୟରୁ ସ୍ପଷ୍ଟ ହୋଇଛି ।

ଗୁରୁବାର ପାହାନ୍ତା ୩ଟାରେ ବିଶ୍ଵସ୍ଵାସ୍ଥ୍ୟ ସଂଗଠନର ସଦ୍ୟ ଅପ୍‌ଡେଟ୍‌ ଅନୁସାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୯ଲକ୍ଷ ୧୮ ହଜାର ୧୩୮। ସମୁଦାୟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୨୩ ହଜାର ୧୨୬।  ବୁଧବାର ଦିନ  ଏହି ସଂଖ୍ୟାରେ ୭୧୫୭୨ଜଣ ନୂଆ ଆକ୍ରାନ୍ତ ଯୋଡ଼ି ହୋଇଥିବା ବେଳେ ମୃତକଙ୍କ ସଂଖ୍ୟାରେ ୫୩୮୯ଟି ନୂଆ ନାଁ ସାମିଲ୍‌ ରହିଛି।  ମଙ୍ଗଳବାର ଦିନର ତଥ୍ୟ ଅନୁସାରେ ୭୭୨୭୪ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ  ୫୬୯୨ଜଣଙ୍କ ମୃତ୍ୟୁ ହୋଇଥିଲା।

ବୁଧବାର ବିଶ୍ଵରେ ୫୩୮୯ଜଣଙ୍କ କରୋନାଜନିତ ମୃତ୍ୟୁ ହୋଇଥିଲା। ସେ ଏହି ମୃତ୍ୟୁ ସଂଖ୍ୟା ପୂର୍ବ ୩୦୩ ଜଣ କମ୍‌।

 

ୟୁରୋପ୍‌ରେ ଆତଙ୍କ

ମହାଦେଶୀୟ ଅଞ୍ଚଳଗୁଡ଼ିକ ଭିତରୁ ୟୁରୋପ ମହାଦେଶରେ ସବୁଠାରୁ ଅଧିକ ଆତଙ୍କ ସୃଷ୍ଟି କରିଛି କରୋନା। ଏଠାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୭୭ ହଜାର ୫୯୬ରହିଛି । ସେହିପରି ଦୁଇ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୩ ହଜାର ୩୬୧ ଥିବା ବେଳେ ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଦେଶରେ ୧ଲକ୍ଷ ୨୪ ହଜାର ୨୦୭ ଲବଂ ଦକ୍ଷିଣ-ପୂର୍ବ ଏସିଆ ଦେଶମାନଙ୍କରେ ୨୦ ହଜାର ୮୦୪ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି।

Leave a Reply

Your email address will not be published.