ମହିଳାଙ୍କ ଅଧିକାର ହିଁ ବିକାଶର ପ୍ରକୃତ ଡବଲ ଇଞ୍ଜିନ: ନବୀନ

ମହିଳା ସଶକ୍ତିକରଣ ହେଉଛି ପ୍ରକୃତ ଡବଲ ଇଞ୍ଜିନ । ମୋଦି ଓ ଅମିତ ଶାହାଙ୍କ ଡବଲ ଇଞ୍ଜିନ ଉପାଖ୍ୟାନକୁ ତେରଛା ବାଣ ମାରି ନବୀନ ଡବଲ ଇଞ୍ଜିନର ନୂଆ ସଂଜ୍ଞା ଦେଇଛନ୍ତି । ମହିଳାଙ୍କ ବିକାଶ ହେଉଛି ଦେଶର ପ୍ରକୃତ ଡବଲ ଇଞ୍ଜିନ । ଏହାର ଉଦାହରଣ ଦେବାକୁ ଯାଇ ନବୀନ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଓ ଜର୍ମାନୀର ଚାନସେଲରଙ୍କ କଥା ଉଠାଇଛନ୍ତି।

ଭୋଟଗ୍ରହଣ ପୂର୍ବରୁ ଡବଲ ଇଞ୍ଜିନର ନୂଆ ସଂଜ୍ଞା ସାମ୍ନାକୁ ଆଣି ନବୀନ ଦୁଇ ଜାତୀୟ ଦଳକୁ ଟାର୍ଗେଟ କରିଛନ୍ତି । ଯେଉଁ ଦେଶରେ ମହିଳା ସଶକ୍ତିକରଣ ଉପରେ ଫୋକସ କରାଯାଇନଥାଏ , ତାହା ସିଙ୍ଗଲ ଇଞ୍ଜିନ ଚାଲିବା ଭଳି ହୋଇଥାଏ । ଦେଶରେ ଠିକ୍ ଭାବରେ ବିକାଶ ହୋଇନଥାଏ । କିନ୍ତୁ ମହିଳା ସଶକ୍ତିକରଣ ହେଉଛି ଦେଶର ପ୍ରକୃତ ଡବଲ ଇଞ୍ଜିନ । ଏହାଦ୍ୱାରା ଦେଶରେ ବିକାଶ ଓ ସମତା ଆସିପାରିବ ।

ଗୋଟିଏ ପଟେ ଜାତୀୟ ଦଳ ଗୁଡିକ ସେମାନଙ୍କ ଇସ୍ତାହାରରେ ମହିଳା ସଶକ୍ତିକରଣର କଥା କହୁଛନ୍ତି । କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାକୁ ସର୍ବଦା ପଛଘୁଞ୍ଚା ଦେଉଛନ୍ତି । ତେବେ ବିଜେଡି ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛି । ମହିଳା ସଶକ୍ତିକରଣର ସାରଥୀ ଥିବା ବିଜୁ ବାବୁ ପ୍ରଥମେ ମହିଳା ମାନଙ୍କ ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନରେ ୩୩ ପ୍ରତିଶତ ସଂରକ୍ଷଣ କରିଥିଲେ । ଯାହାକୁ ପରବର୍ତ୍ତୀ ସମୟରେ ବିଜେଡି ୫୦ ପ୍ରତିଶତକୁ ବୃଦ୍ଧି କରିଥିଲା ।

ମହିଳାମାନେ ରାଜନୀତିରେ କି ପ୍ରକାର ପରିବର୍ତ୍ତନ ଆଣିପାରିବେ, ଏହି ନେତାମାନେ ହେଉଛନ୍ତି ତା’ର ପ୍ରକୃଷ୍ଟ ଉଦାହରଣ। ଯଦି ରାଜନୀତି ହେଉଛି କ୍ଷମତା, ତେବେ ଏହାର ପରିପ୍ରକାଶରେ ମହିଳାମାନେ ଅଧିକ ମାନବୀୟ ସ୍ପର୍ଶ ଦେଇପାରିବେ। ଯଦି ରାଜନୀତି ଗୋଟିଏ ଦେଶର ମୂଲ୍ୟବୋଧକୁ ନିର୍ଦ୍ଧାରଣ କରିପାରେ, ତେବେ ଲୋକସଂଖ୍ୟାର ଅଦ୍ଧେର୍କଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ପାଇଁ ସୁଯୋଗ ନଦେବା କ’ଣ ବିଜ୍ଞତାର ପରିଚାୟକ?

ବିଜୁବାବୁ ମହିଳା ସଶକ୍ତିକରଣର ଜଣେ ଅଗ୍ରଗଣ୍ୟ ସାରଥି ଥିଲେ। ମହିଳାମାନଙ୍କ ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ସେ ୩୩ ପ୍ରତିଶତ ସଂରକ୍ଷଣ ଆରମ୍ଭ କରିଥିଲେ। ଆମେ ତାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛୁ।

ଆରମ୍ଭରୁ ଏହାକୁ ବହୁତ ସମାଲୋଚନା କରାଯାଇଥିଲା। ଲୋକେ କହୁଥିଲେ, ସ୍ୱାମୀ ଏବଂ ବାପାମାନେ ହିଁ ବାସ୍ତବରେ ସବୁକଥା ବୁଝାବୁଝି କରିବେ। ବୋଧହୁଏ ପ୍ରଥମରୁ ଏହା କିଛି ମାତ୍ରାରେ ଠିକ୍ ଥିଲା। ଆଜି ଷାଠିଏ ହଜାର ମହିଳା ଓଡ଼ିଶାରେ ସରପଞ୍ଚ, ୱାର୍ଡ ମେମ୍ୱର, ସମିତି ସଦସ୍ୟ, ଜିଲ୍ଲା ପରିଷଦ ସଦସ୍ୟ ଓ ସଭାପତି ଭାବରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି।

ଆଜି ଓଡ଼ିଶାରେ ଶିଶୁ ମୃତ୍ୟୁହାର, ମାତୃ ମୃତ୍ୟୁହାର ହ୍ରାସ ଆଦି ବିଭିନ୍ନ ସାମାଜିକ, ଅର୍ଥନୈତିକ ସୂଚକାଙ୍କରେ ଯେଉଁ ପରିବର୍ତ୍ତନ ଆସିଛି, ତା’ର ସମସ୍ତ ଶ୍ରେୟ ହେଉଛି ତୃଣମୂଳ ସ୍ତରରେ କାମ କରୁଥିବା ଆମର ମହିଳା ନେତାମାନଙ୍କର। ଏହାର ଶ୍ରେୟ ମିଶନ ଶକ୍ତି ଆନ୍ଦୋଳନରେ ସାମିଲ ହୋଇଥିବା ୭୦ ଲକ୍ଷ ମା’ମାନଙ୍କର।

ଯେଉଁ ଦେଶ ତା’ର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣ ଫୋରମ‍୍‌ରେ ମହିଳାମାନଙ୍କ ଉପଯୁକ୍ତ ପ୍ରତିନିଧିତ୍ୱ ପାଇଁ ସୁଯୋଗ ସୃଷ୍ଟି କରିନାହିଁ, ତାହା ସିଙ୍ଗିଲ‍୍‌ ଇଞ୍ଜିନ‍୍‌ରେ ଚାଲିବା ପରି ହୋଇଥାଏ। ଠିକ୍ ଭାବରେ ବିକାଶ ହୋଇନଥାଏ।

ମୋ ମତରେ ଭାରତକୁ ଯଦି ବିକାଶର ଶିଖରରେ ପହଞ୍ଚିବାର ଅଛି, ଆମେରିକା, ଚାଇନା ପରି ଦେଶ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାର ଅଛି, ତା’ହେଲେ ତାକୁ ତା’ର ରାଜନୈତିକ ଦୃଶ୍ୟପଟ୍ଟରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ହେବ। ମହିଳାମାନଙ୍କୁ ସଶକ୍ତ କରିବାକୁ ହେବ। ଏହା ହିଁ ହେଉଛି ଆମ ଦେଶ ଆବଶ୍ୟକ କରୁଥିବା ପ୍ରକୃତ ଡବଲ ଇଞ୍ଜିନ‍୍‌। ଏହାଦ୍ୱାରା ହିଁ ବିକାଶ ଓ ସମତା ଆସିପାରିବ।

ଯଦି ଆମେ ମହିଳାମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ଦେଇଥାନ୍ତେ, ତା’ହେଲେ ଆନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗ ଉପରେ ଆମର ଦୃଷ୍ଟିଭଙ୍ଗୀ ଆଜି ଭିନ୍ନ ହୋଇଥାନ୍ତା। ଯୁଦ୍ଧ, ଶାନ୍ତି ଓ ଆତଙ୍କବାଦ ଆଦି ପ୍ରଶ୍ନ ଭିନ୍ନ ଭାବରେ ସମାହିତ ହୋଇଥାନ୍ତା। ଧର୍ଷଣ, ଯୌନ ନିର୍ଯାତନା ଓ ଯୌତୁକ ସଂପର୍କିତ ଆମର ଆଇନ‍୍‌ ଅଧିକ ଫଳପ୍ରଦ ଭାବରେ କାର୍ଯ୍ୟକାରୀ ହୋଇପାରିବ। ଶିକ୍ଷା, ସ୍ୱାସ୍ଥ୍ୟ ଅଧିକ ଗୁରୁତ୍ୱ ଦେଇପାରିବ। କର୍ପୋରେଟ‍୍‌ ଆୟ ପରି ପରିବାରର ଆୟ ବୃଦ୍ଧି ମଧ୍ୟ ଉପଯୁକ୍ତ ପ୍ରାଥମିକତା ପାଇପାରିବ।

ଆମ ଦଳ ସାରା ଦେଶରେ ପ୍ରଥମ ରାଜନୈତିକ ଦଳ ଯିଏକି ପ୍ରଥମକରି ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭାକୁ ପଠାଇବା ପାଇଁ ନିଷ୍ପତ୍ତି କରିଛି। ବିଜୁ ଜନତା ଦଳର ସଭାପତି ଭାବରେ ଏହା ଥିଲା ମୋ ପାଇଁ ସବୁଠାରୁ ଆନନ୍ଦଦାୟକ ମୁହୂର୍ତ୍ତ।

ଆମର ଉଭୟ ଜାତୀୟ ଦଳ ବାରମ୍ୱାର ସେମାନଙ୍କ ଇସ୍ତାହାରରେ ମହିଳା ସଶକ୍ତିକରଣ ବିଷୟ କହି ଆସୁଛନ୍ତି। କିନ୍ତୁ ଯେତେବେଳେ ଏହହାକୁ କାର୍ଯ୍ୟକାରୀ କରିବା ପାଇଁ ସୁଯୋଗ ଆସିଛି, ସେତେବେଳେ ସେମାନଙ୍କ ଉଦ୍ଦେଶ୍ୟମୂଳକ ନିରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେମାନଙ୍କର ଏହି ନିରବତାକୁ ଭଙ୍ଗ କରିବାକୁ ବିଜୁ ଜନତା ଦଳ ତା’ର ଭୂମିକା ତୁଲାଇଛି। ମୁଁ ନିଶ୍ଚିତ ଯେ ଆମର ୭ଜଣ ମହିଳା ପ୍ରାର୍ଥୀଙ୍କ ସ୍ୱର ଲୋକସଭାର ପବିତ୍ର ଗୃହରେ ପ୍ରତିଧ୍ୱନିତ କରିବା ପାଇଁ ଓଡ଼ିଶାବାସୀ ସୁଯୋଗ ଦେବେ। ମୁଁ ଆଶାବାଦୀ ଯେ ଓଡ଼ିଶାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆମର ଜାତୀୟ ଦଳମାନଙ୍କୁ ପ୍ରଭାବିତ କରିବ।

ବିଜୁ ଜନତା ଦଳ ନେତୃତ୍ୱରେ ରାଜ୍ୟ ସରକାର ମହିଳା ସଶକ୍ତିକରଣ ପାଇଁ ଅନେକ ଗୁଡ଼ିଏ ବିକାଶ ମୂଳକ କାମ ହାତକୁ ନେଇଛି। ମହିଳା ସଶକ୍ତିକଣ ଦେଶ ପାଇଁ ଡବଲ ଇଂଜିନ ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମହିଳା ସଶକ୍ତିକରଣ ଉପରେ ଜୋର ଦେଇ ନବୀନ କହିଛନ୍ତି, ବିଜେଡିର ୭ ମହିଳା ପ୍ରାର୍ଥୀଙ୍କ ସ୍ୱର ଲୋକସଭାରେ ଶୁଭିବ। ତେଣୁ ଲୋକେ ଏହି ମହିଳା ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ମୁଁ ନିବେଦନ କରୁଛି ବୋଲି ନବୀନ କହିଛନ୍ତି।

ମହିଳାଙ୍କ ପ୍ରସଙ୍ଗରେ ଜାତୀୟ ଦଳ ଗୁଡ଼ିକ ଉଦ୍ଦେଶ୍ୟମୂଳକ ଭାବେ ନିରବ ଅଛନ୍ତି। ଲୋକସଭାକୁ ୩୩ ପ୍ରତିଶତ ମହିଳାଙ୍କୁ ପଠାଇବାରେ ବିଜେଡି ପ୍ରଥମ ଦଳ। ବିଜେଡି ସଭାପତି ଭାବେ ଏହା ମୋ ପାଇଁ ଖୁସିର ମୂହୁର୍ତ୍ତ ବୋଲି ନବୀନ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜନୀତି ହେଉଛି କ୍ଷମତା, ତେବେ ଏହାର ପରିପ୍ରକାଶରେ ମହିଳାମାନେ ଅଧିକ ମାନବୀୟ ସ୍ୱର୍ଶ ଦେଇପାରିବେ। ଯଦି ରାଜନୀତି ଗୋଟିଏ ଦେଶର ମୂଲ୍ୟବୋଧକୁ ନିର୍ଦ୍ଧାରଣ କରିପାରେ, ତେବେ ଲୋକସଂଖ୍ୟାର ଅର୍ଦ୍ଧେକଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ପାଇଁ ସୁଯୋଗ ନ ଦେବ କ’ଣ ବିଜ୍ଞତାର ପିଚାୟକ ବୋଲି ପ୍ରଶ୍ନ କରିଛନ୍ତି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ବିଜୟ ମହାପାତ୍ରଙ୍କ ପାଇଁ ଦିଲୀପ ରାୟ ପ୍ରଚାର କରିବେ

ସନାଙ୍କ କଥାରେ ବିଜେଡି ପରିଚାଳିତ

କଲେକ୍ଟର-ଏସପି ରିପୋର୍ଟରେ ବଳିପଡ଼ିଲେ ବିଧାୟକ!


Leave a Reply

Your email address will not be published. Required fields are marked *