‘ଖତରୋ କେ ଖିଲାଡ଼ି’: ବିଜେତାଙ୍କୁ ମିଳିଲା ଚମକଦାର୍ ଟ୍ରଫି ସହିତ ଲଗଜରି କାର୍
ଟେଲି ଦୁନିଆର ଷ୍ଟଣ୍ଟ ଭିତିକ ରିଏଲିଟି ଶୋ’ ‘ଖତରୋଁ କେ ଖିଲାଡ଼ି’ ସିଜିନ୍ ୯ ର ବିଜେତା ହୋଇଛନ୍ତି ପୁନିତ୍ । ବିଜେତାର ଟ୍ରଫି ସହ ପୁନିତଙ୍କୁ ମାରୁତି ସୁଜୁକି ସ୍ୱିଫ୍ଟ କାର୍ ଉପହାର ମିଳିଛି । ଏହି ଶୋ’ର ଶେଷ ଏପିସୋଡ୍ ୧୦ ତାରିଖରେ ପ୍ରସାରଣ କରାଯାଇଥିଲା । ଶୋ’ର ଅତିଥି ଭାବେ ଥିଲେ ଅକ୍ଷୟ କୁମାର । ଅକ୍ଷୟ ମଧ୍ୟ ଏକ ଖତରନାକ୍ ଷ୍ଟଣ୍ଟ୍ କରିଥିଲେ । ‘କେଶରୀ’ର ପ୍ରମୋସନ୍ ପାଇଁ ଅକ୍ଷୟ ଶୋ’କୁ ଆସିଥିଲେ । ସୂଚନାଯୋଗ୍ୟ ଆଗାମୀ ଦିନରେ ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ପାଇଁ ଅକ୍ଷୟ କୁମାରଙ୍କୁ ସାଇନ୍ କରାଯାଇଛି । ‘ଖତରୋଁ କେ ଖିଲାଡ଼ି’ ପରେ ‘କଲର୍ସ’ ଚ୍ୟାନେଲ୍ର ନୂଆ ଅପ୍କମିଙ୍ଗ ରିଏଲିଟି ଶୋ’ ‘ରାଇଜିଙ୍ଗ ଷ୍ଟାର୍’ର ଝଲକ ଦେଖିବାକୁ ମିଳିଥିଲା । ଏହା ଏକ ସଙ୍ଗୀତଭିତିକ ଶୋ’ ଏବଂ ଏହା ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଶୋ’ ଟିମ୍ ଆଶା କରୁଛନ୍ତି ।