ମଇ ଦିବସ କାହିଁକି
ମଇ ପହିଲା ହେଉଛି ଐତିହାସିକ ବିଶ୍ୱ ଶ୍ରମିକ ଦିବସ। ସମଗ୍ର ବିଶ୍ୱର ଶ୍ରମିକ ଶ୍ରେଣୀ ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ ଦିବସ । ଆସନ୍ତା କାଲି ୧୩୨ତମ ଶ୍ରମିକ ଦିବସ ସମଗ୍ର ବିଶ୍ୱରେ ପାଳନ ହେବ। ଦା ହତୁଡି ଖଚିତ ଲାଲ ପତାକା ଉତ୍ତୋଳିନ କରି ଶ୍ରମିକମାନେ ବଜ୍ର ଶପଥ ନେବେ ଶ୍ରମର ଉଚିତ ପ୍ରାପ୍ୟ, କାମର ସ୍ଥାୟୀତ୍ୱ, ବିଶ୍ରାମ, ଵୋନାସ ବୀମା ଇତ୍ୟାଦି ନିଜର ତେଲ ଲୁଣ ସଂସାର ର ହକ ପାଇଁ। ଯେଉଁ ଦାବୀ ହାସଲ ପାଇଁ ୧୮୮୬ ମସିହା ମଇ ୪ ତାରିଖ ଦିନ ଆମେରିକାର ଚିକାଗୋ ସହରରେ ୪ ଲକ୍ଷ ରୁ ଅଧିକ ଶ୍ରମିକ ସମବେତ ହୋଇ ଦୃଢ଼ କଣ୍ଠରେ ଦାବି କରିଥିଲେ ଦୈନିକ ୮ ଘଣ୍ଟା କାମର ସମୟ ନିର୍ଘଣ୍ଟ । ଯାହା ପୂର୍ବରୁ ନଥିଲା ଓ ମାଲିକ ମ।ନେ ମନ ଇଛା ଖଟାଉଥିଲେ ଶୋଷଣ କରୁଥିଲେ ଶ୍ରମିକ ମାନଙ୍କୁ। ଚାବୁକମାରି ଦିନରାତି ମେସିନ ଭଳି ଖଟାଉଥିଲେ। ଲଢେଇର ମୈଦାନ ଉପରେ ଝାମ୍ପି ପଡିଥିଲା ମାଲିକ ଶ୍ରେଣୀର ଦଲାଲ ଓ ରକ୍ଷାକରି ପୁଲିସ ଓ ଚଳାଇ ଥିଲା ଆଖିବୁଜ। ଗୁଳି ଆଉ ଲାଠି। ପିନ୍ଧା ବସ୍ତ୍ର ଶ୍ରମିକ ର ରକ୍ତରେ ଲାଲ ହୋଇଥିଲା। ଆଉ ସେହି ଲାଲ ରକ୍ତଭିଜା ବସ୍ତ୍ରକୁ ଝଣ୍ଡା କରି ଉଡାଇ ଶ୍ରମିକ ମାନେ ବଜ୍ର ଶପଥ ନେଇ ଆଗେଇ ଚାଲିଥିଲେ ଦାବିକୁ ପୂରଣ କରିବା ପର୍ଯ୍ୟନ୍ତ ଏବଂ ଏଥିରେ ସଫଳ ବି ହୋଇଥିଲେ। ସେହିଦିନଠାରୁ ଶ୍ରମିକଶ୍ରେଣୀର ଝଣ୍ଡା ଲାଲ ବର୍ଣ୍ଣ ଧାରଣ କଲା। କ୍ରମେ ଏହା ସମଗ୍ର ବିଶ୍ୱକୁ ପରିବ୍ୟାପ୍ତ ହେଲା। ପରେ ୧୮୮୯ ମେ ୧ ତାରିଖ ଠାରୁ ବିଶ୍ୱ ଶ୍ରମିକ ଦିବସ ଭାବରେ ପାଳନ ହେଉଛି।
ଆଜିର ଆର୍ଥିକ ଉଦାରୀକରଣ ଯୁଗରେ ଏହି ଐତିହାସିକ ଦିବସ ତାତ୍ପର୍ଯ୍ୟ ବହନ କରୁଛି। ଶ୍ରମିକର ଶ୍ରମ ଅନୁଯାୟୀ ମଜୁରି ମିଳୁନାହିଁ, ଚାକିରିର ସ୍ଥାୟୀତ୍ୱ ନାହିଁ, କାମ କରିବାର ନିର୍ଦ୍ଧିଷ୍ଟ ସମୟ ନାହିଁ ସଂଗଠିତ କ୍ଷେତ୍ର ଅଫିସ ଦପ୍ତରରେ, କାମ ମିଳୁନାହିଁ, ସର୍ଭିସ ପ୍ରୋଭାଇଡର ସଂସ୍ଥା ଦ୍ୱାରା ଅସ୍ଥାୟୀ ଭାବରେ କାମ କରିବାକୁ ପଡୁଛି। ପ୍ରଫେସରଠାରୁ ଦପ୍ତରୀ ଦରୱାନ ପର୍ଯ୍ୟନ୍ତ ସମସ୍ତେ ଅସ୍ଥାୟୀ। ବୟସ ବଢ଼ିଗଲେ ଛୋଟେଇ ହେଲେ ପର ଜୀବନ କଟିବ କେମିତି? ପେନସନ ନାହିଁ। ଗ୍ରାଚ୍ୟୁଇଟି ଵୋନସ କଥା କିଏ ପଚାରୁଛି। ଆନ୍ଦୋଳନ କଲେ କାମରୁ ଛୋଟେଇ ଓ ବେଆଇନ ଭାବରେ କୋର୍ଟ ମାମଲା ଭୋଗୁଛି ଶ୍ରମିକ। ଲକ୍ଷ ଲକ୍ଷ ବେକାର ସହରଠୁ ଗ୍ରାମ୍ୟ ଚାରିଆଡେ ଯୁବକ ହାତରେ ମଦ ବୋତଲ ଧରାଇ ଦେଇ ଶାସକ ଦଳର ନେତାମାନେ ନିର୍ବାଚନରେ ପ୍ରଚାର ଯନ୍ତ୍ର ସଜାଇ ଦେଇ ଫାଇଦା ନେଉଛନ୍ତି। ନିଜ ସପକ୍ଷରେ ହକ ମାଗିବାର ଯୁ’ ନାହିଁ ଯୁବକ ପାଖରେ। ଉଚ୍ଚ ଶିକ୍ଷିତ ଡିଗ୍ରୀଧରି ଯୁବକ ଯୁବତୀ ମ।ନେ ବ।ର ଦ୍ୱାର ଶୁଣ୍ଢି ପିଣ୍ଡା ହେଉଛନ୍ତି। ସେମାନଙ୍କୁ ଜାତୀୟତା ନାମରେ କୁଶ୍ଚିତ ଧର୍ମ।ନଧାତାର ନାରା ଶିଖାଇ ଦିଆଯାଇଛି। ଦେଶ ମାତୃକା, ଭାଇଚାରା ଓ ଶାନ୍ତି ପ୍ରଗତି ଆଜି ପ୍ରଶ୍ନବାଚୀ। ସରକାରୀ ଶିଳ୍ପ ସଂସ୍ଥା ବିକ୍ରି କରି ଅମ୍ବାନୀ ଆଦାନୀ, ବେଦାନ୍ତ, ଜିନ୍ଦଲ, ମିତଲ, ଭୂଷଣ, ବିର୍ଲା ଭଳି ଏକଚାଟିଆ ପୁଞ୍ଜିପତି ଶ୍ରେଣୀ ହାତରେ ଦେଶର ସମସ୍ତ ଖଣି ଖଦାନ କୁ ଟେକି ଦେଇ ସରକାରୀ ଦଳ ନିଜର ରାଜନୈତିକ ଫାଇଦା ନେଉଛି। ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଦଲାଲ ପୁଞ୍ଜିପତି ମ।ନଙ୍କୁ ସରକାର ଛାଡକାରୀ ନିଜର ପାଣ୍ଠି ବୃଧିକାରୀ ଚାଲିଛି। ଶ୍ରମିକଶ୍ରେଣୀ ଦିନକୁ ଦିନ ଦରିଦ୍ର ହୋଇ ଯାଉଛି।
ସମ୍ପ୍ରତି ସମଗ୍ର ବିଶ୍ୱବ।ସୀ କରୋନା ଭାଇରସ ଭଳି ଏକ ନୂତନ ସଂକ୍ର।ମକ ରୋଗରେ ଛଟପଟ । ସମସ୍ତ କର୍ମ କ୍ଷେତ୍ର , ଦୋକାନ ବଜାର ଖଣି ଖଦାନ ଶିଳ୍ପ କାରଖାନା ବନ୍ଦ ହେବାରୁ ବିଭିନ୍ନ ସ୍ଥାନରେ କୋଟି କୋଟି ଶ୍ରମିକ ଉପାସ ଭୋକରେ ଫସି ରହିଛନ୍ତି। କିଛି ବିଚାର ବିମର୍ଷ ନକରି ହଠାତ ସମଗ୍ର ଭାରତ କୁ ଲକଡାଉନ କେନ୍ଦ୍ର ସରକାର କରିଦେବା ଫଳରେ ହଜାର ହଜାର ସଂଖ୍ୟାରେ ଶ୍ରମିକ ଚାଲି ଚାଲି ନିଜ ଜନ୍ମ ସ୍ଥାନରେ ପହଞ୍ଚିବାକୁ ପଛାଇନାହିଁ। ବାଟରେ ନଖାଇ ନପିଇ ପୋଲିସ ଲାଠି ମାଡ ଗାଳି ଖାଇଛି। ବାଟରେ ଅନେକ ମାରି ହଜି ଯାଇଛନ୍ତି। ଦେଶର ଏହି ଘଡିସନ୍ଧିରେ ସବୁଠୁ ବେଶି କଷ୍ଟ ସହିଛି ଶ୍ରମିକ।
ଏହି ସମୟରେ ପାଳନ କରୁଛି ୨୦୨୦ ମସିହାର ଏହି ଐତିହାସିକ ଦିବସ । ଏହି ଦିବସ ପାଳନ ଆଜି ଶ୍ରମିକର ରୋଜି ରୋଟି ର ଗ୍ୟାରେଣ୍ଟି ଓ ପାରିବାରିକ ସୁରକ୍ଷା ପ୍ରଶ୍ନର ପ୍ରାସଙ୍ଗିକତା ବହନ କରୁଛି । ବିଦେଶରୁ ଉଡାଯାହାଜରେ ଆସିଥିବା ଏହି ଦୁରାରୋଗ୍ୟ ଭୁତାଣୁ ଆଜି ଶ୍ରମିକ ର ତେଲ ଲୁଣ ସଂସାର କୁ ଛାର ଖର କରିଦେଇଛି। ତେଣୁ ଏହି ଅବସରରେ ଆମକୁ ମାନବିକ ମୂଲ୍ୟବୋଧ ଦୃଷ୍ଟିରୁ ବିଚାର କରି ଦେଶର ପ୍ରଗତିରେ ନିୟୋଜିତ ଥିବା ଶ୍ରମିକଶ୍ରେଣୀ ର ନିରାପଦ ଜୀବନ ପାଈଁ ଚିନ୍ତା କରିବାକୁ ପଡିବ।
ଜାତି ଧର୍ମ ହିଂସା ଦ୍ୱେଷ ନିର୍ବିଶେଷରେ ଶ୍ରମିକମାନକୁ ଏହି ଐତିହାସିକ ଲଲ ଝଣ୍ଡା ତଳେ ଶପଥ ନେବାକୁ ପଡିବ ନିଜର ସୁରକ୍ଷା ଓ ପ୍ରଗତୀ ପାଇଁ।
(ଏହି ଆଲେଖ୍ୟ ପ୍ରଦୀପ୍ତ କୁମାର ନାୟକଙ୍କ ଦ୍ଵାରା ପ୍ରସ୍ତୁତ। ସେ ଜଣେ ଆଇନଜୀବୀ ଏବଂ ମାନବାଧିକାର କର୍ମୀ ତାଙ୍କ ସହ ଯୋଗାଯୋଗ ନମ୍ବର: ୯୪୩୭୦୫୩୩୨୯)