ଟିକଟ ପାଇ ପୃଥ୍ୱୀ ଓହରିଗଲେ କାହିଁକି?

କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ୱୀବୀ ବଲ୍ଲଭ ପଟ୍ଟନାୟକ ବୋଲଗଡ ବେଗୁନିଆରୁ କଂଗ୍ରେସର ପ୍ରାର୍ଥୀ ହୋଇ ହଠାତ ଓହରିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ଟିକେଟ ପାଇବେ କି ନାହିଁ ଏନେଇ କିଛି ଦିନ ହେଲା ଚର୍ଚ୍ଚା ଲାଗିରହିଥିଲା।

ଶେଷରେ ତାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା। ବାପାଙ୍କ ପୁରୁଣା ଆସନରେ ସେବା କରିବାକୁ ତାଙ୍କୁ ମିଳିଥିଲା ସୁଯୋଗ। କିନ୍ତୁ ସେ ଟିକଟ ପା ଲଢ଼ିବାକୁ ମନା କରିଦେଲେ। ଏହା ପଛର କାରଣ କ’ଣ?

ଜାନକୀ ବଲ୍ଳଭ ପଟ୍ଟନାୟକ ୨୦୦୪ ମସିହାରେ ଏହି ଆସନରୁ ଶେଷ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହେଇଥିଲେ। ଏମିତିରେ ଏହି ଆସନରୁ ଏକାଧିକବାର କଂଗ୍ରେସ ବିଜୟୀ ହୋଇଛି। କିନ୍ତୁ ୨୦୦୯ ରୁ ଏହା ଅଣକଂଗ୍ରେସ ଦଳ ହାତକୁ ଚାଲିଯାଇଛି। ପୃଥ୍ୱୀବୀ ଗତ କେତେମାସ ହେଲା ନିର୍ବାଚନମଣ୍ଡଳୀରେ ବୁଲାବୁଲି କରୁଥିଲେ। ତେଣୁ ସ୍ୱାଭାବିକ ଭାବେ ଚର୍ଚ୍ଚା ହେଲା ଯେ, ଜାନକୀଙ୍କ ପୁଅ ଏଥର ଲଢ଼ିବେ ନିର୍ବାଚନ।

ପୃଥ୍ୱୀବୀ ନିଜେ ମଧ୍ୟ ଏଥିପାଇଁ ଖୋରାକ ଯୋଗାଇଲେ। କହିଲେ, ଯଦି ତାଙ୍କୁ ସୁଯୋଗ ମିଳେ, ତେବେ ସେ ବୋଲଗଡ଼ ଓ ବେଗୁନିଆବାସୀଙ୍କ ସେବା କରିବାକୁ ପ୍ରସ୍ତୁତଅଛନ୍ତି। ସୁର ରାଉତରାୟ ଏବଂ ତାରା ବାହିନୀପତି ତାଙ୍କ ସମର୍ଥନରେ ବାହାରି ଆସିଲେ। ସୁରଙ୍କୁ କୁଆଡେ଼ ଜାନକୀ ମଧ୍ୟ କହିଥିଲେ ଯେ, ପୁଅ ଲାଗିଲା।

ତାରା ମଧ୍ୟ ଯୁକ୍ତି କରିଥିଲେ ଯେ, ବୋଲଗଡ଼ ପାଇଁ ସେ ହେଉଛନ୍ତି ଯୋଗ୍ୟ ପ୍ରାର୍ଥୀ। ପିସିସି ସଭାପତି ପ୍ରଥମେ ଅନିଛୁକ ଥିଲେ। କିନ୍ତୁ ମଙ୍ଗଳବାର ରାତିରେ ପୃଥ୍ୱୀବୀ ବଲ୍ଲଭ ବୋଲଗଡ଼-ବେଗୁନିଆରୁ କଂଗ୍ରେସ ପ୍ରାର୍ଥୀ ହେବେ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ୨୪ ଘଣ୍ଟା ନପୂରୁଣୁ ନିଜେ ନିରଞ୍ଜନ ପଟ୍ଟନାୟକ ଘୋଷଣା କଲେ ଯେ ବ୍ୟକ୍ତିଗତ କାରଣରୁ ପୃଥ୍ୱୀବୀ ନଲଢ଼ିବାକୁ ଇଛା କରିଛନ୍ତି। ହଠାତ ମତ ପରିବର୍ତ୍ତନର କାରଣ କ’ଣ?

ଅନେକ ଭାବୁଥିଲେ ଯେ,ସେ ନିଜ ଭିଣୋଇ ତଥା ରାଜ୍ୟସଭା ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭରସାରେ ମଇଦାନକୁ ଓହ୍ଲାଇଛନ୍ତି। ଗତଥର ଏହି ଆସନରୁ ବିଜେଡିର ପ୍ରଶାନ୍ତ ଜଗଦ୍ଦେବ ପାଖାପାଖି ୭୪ହଜାର ଭୋଟ ପାଇଥିଲେ। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଥିଲେ ଆମ ଓଡ଼ିଶା ପାର୍ଟିର ପ୍ରଦୀପ ସାହୁ। ସେତେବେଳେ ଆମ ଓଡ଼ିଶା ପାର୍ଟିର ସଭାପତି ଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ।

ପ୍ରଦୀପ ରହିଥିଲେ ଦ୍ୱିତୀୟ ସ୍ଥାନରେ। ୩୦ହଜାରରୁ ଅଧିକ ଭୋଟ ସୌମ୍ୟଙ୍କ ପ୍ରାର୍ଥୀକୁ ମିଳିଥିଲା। କଂଗ୍ରେସ ପାଇଥିଲା ୨୦ ହଜାରରୁ ଅଧିକ ଭୋଟ। ଏହାର ପ୍ରାର୍ଥୀ ଥିଲେ ଦେବାଶିଷ ପଟ୍ଟନାୟକ। ତେଣୁ ପୃଥ୍ୱୀବୀ ଛିଡା ହେଲେ ଆମ ଓଡ଼ିଶା ଓ କଂଗ୍ରେସ ଭୋଟ ମିଳିଯାଇପାରେ ବୋଲି ଆଶା କରିଥିଲେ ନିରଞ୍ଜନ ପଟ୍ଟନାୟକ। ତେବେ ଆମ ଓଡ଼ିଶା ବିଜେଡିରେ ସାମିଲ ହେଇଥିବାରୁ ଏହାର ଭୋଟ ସବୁ ଯେ, ପୃଥ୍ୱୀବୀଙ୍କ ଆଡ଼କୁ ଯିବ, ଏ ଭରସା ନାହିଁ।

ଏବେ ଏହି ଆସନରେ ମଜାଦାର ଖେଳ। ଉଣେଇଶି ବିସରେ ହେବ ଫଇସଲା। ପୃଥ୍ୱୀବୀ ମନା କରିବା ପରେ କାହାକୁ କଂଗ୍ରେସ କରୁଛି ପ୍ରାର୍ଥୀ? କିନ୍ତୁ ସବୁଦିନ ପାଇଁ ରହସ୍ୟ ହୋଇ ରହିଗଲା ଯେ, ଲଢ଼ିବାକୁ ଇଛା ପ୍ରକାଶ କରିଥିବା ପୃଥ୍ୱୀବୀ ଟିକଟ ପାଇ ମନା କଲେ କାହିଁକି?

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

କଲେକ୍ଟର-ଏସପି ରିପୋର୍ଟରେ ବଳିପଡ଼ିଲେ ବିଧାୟକ!

ରାଜ୍ୟ କଂଗ୍ରେସରେ ଗତି କୁଆଡେ଼?

କିଏ ହେବେ ସାଂସଦ-୧: ବାଲେଶ୍ଵରରେ ରବୀନ୍ଦ୍ର ଜେନା ବନାମ ପ୍ରତାପ ଷଡ଼ଙ୍ଗୀ

Leave a Reply

Your email address will not be published. Required fields are marked *