କେବେ ବଦଳିଲା ବଜେଟ‍୍‌ ଆଗତ ସମୟ : କାହିଁକି ସଂଧ୍ୟାରେ ଆଗତ ହେଉଥିଲା ବଜେଟ‍୍‌

୧ ଫେବୃଆରିରେ କାମଚଳା ଅର୍ଥମନ୍ତ୍ରୀ ପିୟୁଷ ଗୋୟଲ ବର୍ତ୍ତମାନ ସରକାରର ଅନ୍ତିମ ବଜେଟ‍୍‌ ଆଗତ କରିବେ। ଭାରତର ବଜେଟ‍୍‌ ଗତ କିଛି ବର୍ଷ ହେଲା ଦିନ ୧୧ଟାବେଳେ ଆଗତ କରାଯାଉଛି। କିନ୍ତୁ ଏହା ଆଗରୁ ବଜେଟ‍୍‌ ସଂଧ୍ୟା ୫ଟାବେଳେ ଆଗତ କରାଯାଉଥିଲା। କେନ୍ଦ୍ରୀୟ ବଜେଟ ସଂଧ୍ୟାବେଳେ ଆଗତ ହେବାର ଏକ ଖାସ‍୍‌ କାରଣ ଥିଲା। ଓଡ଼ିଶାଟାଇମ.କମ‍୍‌ ପକ୍ଷରୁ ଏହି ବଜେଟ‍୍‌ ସିରିଜରେ ବଜେଟ‍୍‌ ପୂର୍ବରୁ କାହିଁକି ସଂଧ୍ୟାରେ କାହିକି ଆଗତ କରାଯାଉଥିଲା ତାହା ବର୍ଣ୍ଣନା କରାଯାଉଛି।

ବଜେଟ ସଂଧ୍ୟାବେଳେ ଆଗତ ହେବାର ଏକ ଖାସ‍୍‌ କାରଣ

ପ୍ରକୃତପକ୍ଷେ ୧୯୨୭ରେ ଇଂରେଜ ଅଧିକାରୀମାନେ ଭାରତୀୟ ସଂସଦରେ ବସିବା ଆରମ୍ଭ କରିଥିଲେ। ସଂସଦ ଦିନ ୧୦ଟାରେ ଆରମ୍ଭ ହେଉଥିବାବେଳେ ବଜେଟ‍୍‌ କାହିଁକି ସଂଧ୍ୟା ୫ଟାରେ ଆଗତ କରାଯାଉଚି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କୁ ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନର ଉତ୍ତରରେ ଚନ୍ଦ୍ରଶେଖର କହିଥିଲେ ଏହା ଇଂରେଜ ସମୟର ନିୟମ ପ୍ରଚଳିତ ହୋଇଆସୁଛି। କାରଣ ଭାରତେ;ର ସଂଧ୍ୟା ୫ଟା ଇଂଲଣ୍ଡରେ ଦିନ ସାଢ଼େ ୧୧ଟା ହୋଇଥାଏ।

ଇଂଲଣ୍ଡର ହାଉସ ଅଫ କମନ୍ସ ଓ ହାଉସ ଅଫ ଲଡ୍ସରେ ବସିଥିବା ସାଂସଦଙ୍କୁ ଭାରତର ବଜେଟ‍୍‌ ଭାଷଣ ଶୁଣିବାକୁ ହୋଇଥାଏ। ତେଣୁ ଭାରତର ବଜେଟ‍୍‌ ସଂଧ୍ୟା ୫ଟାେରେ ଆଗତ ହୋଇଥାଏ। ଏହା ବ୍ୟତୀତ ସଂଧ୍ୟାରେ ବଜେଟ‍୍‌ ଆଗତ ହେବାର ଅନ୍ୟ କାରଣଟି ହେଉଛି ସେହି ସମୟରେ ବ୍ରିଟେନରେ ବଜାର ଖୋଲିଥାଏ।

ଏନଡ଼ିଏ ସରକାର ବଦଳାଇଲା ନିୟମ

ଓଂଧ୍ୟାରେ ଆଗତ ହେଉଥିବା ବଜେଟ‍୍‌ ସମୟକୁ ଏନଡ଼ିଏ ସରକାର ପରିବର୍ତ୍ତନ କରିଥିଲା। ଦେଶରେ ସମ୍ୱିଧାନ ଲାଗୁ ହେବାର ୫୦ବର୍ଷ ପରେ ଏନଡ଼ିଏ ସରକାର ବ୍ରିଟିଶ ପରମ୍ପରାକୁ ବଦଳାଇଥିଲା। ୨୦୦୧ରେ ବାଜପାୟୀଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ଯଶବନ୍ତ ସିହ୍ନା କେନ୍ଦ୍ରୀୟ ବଜେଟକୁ ସଂଧ୍ୟା ପରିବର୍ତ୍ତେ ଦିନ ୧୧ଟାରେ ଆଗତ କରିଥିଲେ।

Leave a Reply

Your email address will not be published. Required fields are marked *