#କରୋନା ଲଢ଼େଇରେ ଜିତିପାରିବେ ଭାରତୀୟ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ପାଇଁ ସାରା ବିଶ୍ଵର ଦେଶ ସମୂହ ଲଢ଼େଇ ଜାରି ରଖିଛନ୍ତି। ତେବେ ଏହି ଲଢ଼େଇରେ ଭାରତର ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ତୁଳନାତ୍ମକ ଭାବେ ଅନ୍ୟ ଦେଶ ଅପେକ୍ଷା ଉତ୍ତମ। ଏଥିପାଇଁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ଭାରତକୁ ପ୍ରଶଂସା କରାଯାଇଛି। ୟୁରୋପ ଓ ଆମେରିକା ଭଳି ବିକଶିତ ରାଷ୍ଟ୍ରଗୁଡ଼ିକ ପ୍ରଥମେ କରୋନାକୁ ଗମ୍ଭୀରତାର ସହ ନେଇନଥିବାବେଳେ ଭାରତ ଏହାର ଦ୍ରୁତ ମୁକାବିଲା ପାଇଁ ଉଦ୍ୟମ କରିଛି। ନେଇଛି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ। ଏଭଳି ମତ ଦେଇଛନ୍ତି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ।

ସୂଚନା ଅନୁସାରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ପକ୍ଷରୁ ଡ. ଡେଭିଡ୍ ନଓ୍ଵାରୋ ଦେଶରେ ଜାରି ଲକଡାଉନର ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ଭାରତରେ ଗ୍ରୀଷ୍ମ ଋତୁ ଓ ମାଲେରିଆ କାରଣରୁ ଦେଶବାସୀଙ୍କ ମଧ୍ୟରେ ଉନ୍ନତ ରୋଗ ପ୍ରତିରୋଧକ କ୍ଷମତା ରହିଛି। ତେଣୁ ସେମାନଙ୍କ ଶରୀର କରୋନାକୁ ପରାଜିତ କରିପାରିବ। ଏଥିସହ କରୋନା ମୁକାବିଲା ପାଇଁ ମୋଦୀ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବଳିଷ୍ଠ ପଦକ୍ଷେପକୁ ଡ. ନଓ୍ଵାରୋ ପ୍ରଶଂସା କରିଛନ୍ତି। ଖାଲି ସେତିକି ନୁହେଁ, ଲକଡାଉନ ଫଳରେ ଲୋକେ ଯେତିକି ସମସ୍ୟା ଭୋଗୁଛନ୍ତି ସେତେ ଶୀଘ୍ର କରୋନା କବଳରୁ ସେମାନଙ୍କୁ ତ୍ରାହି ମିଳିପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published.