ହ୍ୱାଇଟ୍ ହାଉସ୍ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ମୋଦୀ

ନୂଆଦିଲ୍ଲୀ (ଓଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ହ୍ୱାଇଟ୍ ହାଉସ୍‌ ଟ୍ୱିଟରରେ ଫଲୋ କରିଛି। ବିଶ୍ୱର ଏକମାତ୍ର ନେତା ମୋଦୀଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ହ୍ୱାଇଟ ହାଉସ୍‌ର ଟ୍ୱିଟର ହ୍ୟାଣ୍ଡେଲ ଫଲୋ କରିଛି । ଦୁଇଦିନ ପୂର୍ବରୁ କରୋନା ଭାଇରସ୍ ମୁକାବିଲା ନେଇ ଭାରତ ହାଇଡ୍ରୋକ୍ସିକ୍ଲୋରକ୍ୱିନ୍ ଔଷଧ ପଠାଇଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହ ଟ୍ରମ୍ପ ଟ୍ୱିଟ କରି ଭାରତର ପ୍ରଧାନମନ୍ତ୍ରୀ ଆମେରିକାର ସବୁଠାରୁ ଭଲ ବନ୍ଧୁ ବୋଲି ଦର୍ଶାଇଥିଲେ।

ଗୁରୁତ୍ଵପୂର୍ଣ୍ଣ ବିଷୟ ଯେ ହ୍ୱାଇଟ୍ ହାଉସ୍ ମାତ୍ର ୧୯ ଜଣଙ୍କୁ ଫଲୋ କରୁଥିଲା। ଏଥିରେ କେହି ବିଦେଶୀ ନେତା ନଥିଲେ। ଭାରତର କେବଳ ପିଏମଓ, ରାଷ୍ଟ୍ରପତିଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ଫଲୋ କରୁଥିଲା ହ୍ୱାଇଟ୍ ହାଉସ୍। ସମ୍ପ୍ରତି ତୃତୀୟ ଟ୍ୱିଟର ହ୍ୟାଣ୍ଡେଲ ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହ୍ୱାଇଟ୍ ହାଉସ୍ କାର୍ୟ୍ୟାଳୟ ଟ୍ୱିଟରରେ ଫଲୋ କରିଛି।

Leave a Reply

Your email address will not be published.