୧୨ବର୍ଷ ତଳର ଫଟୋ: ଭାଇରାଲ୍ ପରେ ଟ୍ରୋଲ୍

ମୁମ୍ବାଇ(ଓଟି): ଅତୀତର ଛବି- ତାକୁ ନେଇ ଆଜି ଗୋଟିଏ ପ୍ରକାର ହଟାହଟା। ଅତୀତ କହିଲେ ପୂରା ୧୨ ବର୍ଷ ତଳର ଫଟୋଟେ। ତାହା ସୋସିଆଲ୍‌ ମିଡିଆକୁ ଆଜିକାଲି ଆସିଗଲା। ତେଣୁ ତାକୁ ନେଇ ଚର୍ଚ୍ଚା। ହଁ, ନେହାଙ୍କୁ ନେଇ ଆଲୋଚନା ସରଗରମ। ସୋସିଆଲ ମିଡିଆରେ ସେ ହେଉଛନ୍ତି ଟ୍ରୋଲିଂ।

କଥାହେଲା- ଭର୍ଜିନ୍ ମୋବାଇଲର ଲଞ୍ଚ୍ ପାଇଁ ହୋଇଥିବା ଏକ ସୁଟିଂ ବେଳରେ ବ୍ୟବସାୟୀ ରିଚାର୍ଡ ବ୍ରାନସନ କିଛି ଅସ୍ଵାଭାବିକ ଆଚରଣ କରିଥିଲେ। ଫଳରେ ଆଜି ନେହାଙ୍କୁ ଆଜି ମଧ୍ୟ ସୋସିଆଲ୍‌ ମିଡିଆରେ ସମାଲୋଚନାର ଶୀକାର ହେବାକୁ ପଡୁଛି। କଣ କହିଲେ – ନେହା ମାନେ କିଏ?

ନେହା ଧୁପିଆ… ଅନ୍ୟତମ ବଲିଉଡ୍‌ ଅଭିନେତ୍ରୀ…

କଥାହେଲା ନେହାଙ୍କୁ ଜଣେ ଉଠାଇ ଧରିଥିବା ଫଟୋଟି ଭାରତରେ ଭର୍ଜିନ୍ ମୋବାଇଲ୍ ଲଞ୍ଚ ବେଳେ ନିର୍ମାଣ କରାଯାଉଥିବା ଏକ ଫିଲ୍ମ ସମୟରେ ଉଠା ଯାଇଥିଲା। ଏହାକୁ ନିକଟରେ ଫଟୋଗ୍ରାଫର ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି। ୨୦୦୮ ମାର୍ଚ୍ଚରେ ଭାରତରେ ଆସିଥିବା ନୂଆ ସେଲଫୋନ୍ ସର୍ଭିସ୍ ଭର୍ଜିନ୍ ମୋବାଇଲକୁ ପ୍ରମୋଟ କରିବା ପାଇଁ  ୨୦ମିନିଟର ଆଡ୍‌ ଫିଲ୍ମ ନିର୍ମାଣ କରାଯାଇଥିଲା। ଏହି ଫିଲ୍ମର ନାଁ ଥିଲା ‘ଅପନା ଅନ୍ଦାଜ ଭେରି ହଟକେ’। ଏହି ଫିଲ୍ମକୁ ମୁମ୍ବାଇରୁ ଚ୍ୟାନେଲ୍ ଭି ରେ ଲାଇଭ ପ୍ରସାରଣ କରାଯାଇଥିଲା। ଫିଲ୍ମର ଶେଷରେ ଡ୍ୟାନ୍ସରଙ୍କ ସହ ନେହା ଧୁପିଆ ଏବଂ ରିଚାର୍ଡ ବ୍ରାନସନ ବି ଡ୍ୟାନ୍ସ କରିଥିବା ନଜର ଆସିଥିଲେ। ଗୀତ ସରିବାବେଳେ ଯେତେବେଳେ ସମସ୍ତେ ତାଳି ବଜାଉଥିଲେ ସେତେବେଳେ ରିଚାର୍ଡ ହଠାତ୍ ନେହା ଧୁପିଆଙ୍କୁ ନିଜ କୋଳକୁ ଉଠାଇଥିଲେ…

ବାସ୍‌…ବାର ବର୍ଷ ପରେ ନେହା ପୁଣି ଚର୍ଚ୍ଚାରେ…

Leave a Reply

Your email address will not be published.