କେନ୍ଦ୍ରର ନୂଆ ଆଦେଶ ବଳରେ #Lockdown ସମୟରେ କ’ଣସବୁ ଖୋଲା ହେବ ଜାଣନ୍ତୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଯେଉଁ ଦୋକାନସବୁ ପାଠପଢ଼ା ବହି ବା ଇଲେକ୍ଟ୍ରିକ୍‌ ଫ୍ୟାନ୍‌ ବିକୁଛନ୍ତି ସେମାନଙ୍କ ପାଇଁ ଖୁସିଖବର। ଏଣିକି ଲକ୍‌ଢାଉନ୍‌ ପ୍ରତିବନ୍ଧକ ତାଙ୍କ ଉପରେ ରହିବ ନାହିଁ। ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରଣାଳୟ ଜାରି କରିଥିବା ନିୟମ ଅନୁସାରେ ଏହେି ଦୋକାନସବୁ ବେଧଡ଼କ ଖୋଲିପାରିବେ ଓ ବ୍ୟବସାୟ କରିପାରିବେ।

ଏହାସହ ଯେଉଁ ଦୋକାନ ଗୁଡ଼ିକ ପ୍ରିପେଡ୍‌ ଫୋନ୍‌ ମୋବାଇଲ୍‌ ଫୋନ୍‌ ରିଚାର୍ଜର ବିକ୍ରି କରୁଛନ୍ତି ସେମାନଙ୍କ ଉପରୁ ମଧ୍ୟ ପ୍ରତିବନ୍ଧକ ହଟାଯାଇଛି। ଜନସାଧାରଙ୍କ ଠାରୁ ନିବେଦନକୁ ବିଚାର କରି ଏହି ବ୍ୟବସ୍ଥା କରାଯାଇଛି।

ଏହାଛଡ଼ା ଲକ୍‌ଡାଉନ୍‌ ସମୟରେ ସହରାଞ୍ଚଳରେ ଥିବା ବିସ୍କୁଲ୍‌ ଟ ପାଉଁରୁଟି ଫ୍ୟାକ୍ଟ୍ରି ମଧ୍ୟ ଷଖାଲା ରହିବ। ସେମାନେ ନିଜର କାର୍ଯ୍ୟ କରିପାୀିବେ। ଏଣୁ ଏହିପରି ବ୍ୟବସାୟୀଙ୍କୁ ଆଉ ମେ’ ୩ ଯାଏ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

ଓଡ଼ିଶା ସରକାରଙକ୍ ପକ୍ଷରୁ ଭଦ୍ରକ ଓ ଖୋର୍ଦ୍ଧା ଜିଲ୍ଲାକୁ ଛଛାଡ଼ି ଅନ୍ୟ ସମସ୍ତ ଅଞ୍ଚଳରେ ବ୍ୟବସା୍ରିକ କାରବାରକୁ ସ୍ଵିକୃତୀ ପ୍ରଦାନ କରାଯାଇଛି। ଗ୍ରାମାଞ୍ଚଳରେ ସମସ୍ତ ବ୍ୟବସାୟିକ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଥିବା ବେଳେ ସହରାଞ୍ଚଳରେ ସାମାନ୍ୟ କଟକଣା ରହିଛି।

Leave a Reply

Your email address will not be published.