‘ସାକ୍ରେଡ୍ ଗେମସ ୨’ର ଟ୍ରେଲର୍ ଆଉଟ୍
ନେଟଫ୍ଲିକ୍ସର ବହୁ ପ୍ରତିକ୍ଷୀତ ୱେବସିରିଜର ଦ୍ୱିତୀୟ ସଂସ୍କରଣ ପାଇଁ ପ୍ରତୀକ୍ଷାର ଅନ୍ତ ଘଟିଛି । ନେଟଫ୍ଲିକ୍ସ ତା’ର ନିଜସ୍ୱ ୟୁଟୁବ୍ ଚ୍ୟାନେଲ୍ ମାଧ୍ୟମରେ ଦ୍ୱିତୀୟ ସିଜିନର ଟ୍ରେଲର୍ ସେୟାର୍ କରିଛନ୍ତି । ବଲିଉଡ୍ ନବାବ୍ ସୈଫଅଲ୍ଲୀ ଖାନ୍, ଅନସ୍କ୍ରୀନ୍ ମାଉଣ୍ଟେନମ୍ୟାନ୍ ନବାଜୁଦ୍ଦିନ୍ ସିଦ୍ଧିକି ଓ ଦକ୍ଷ ଅଭିନେତା ପଙ୍କଜ ତ୍ରିପାଠିଙ୍କ ଅଭିନୀତ ଏହି ଶୋ’ ଆସନ୍ତା ଅଗଷ୍ଟ ୧୫ ତାରିଖରେ ପ୍ରସାରିତ ହେବ । ରକ୍ତର ଖେଳକୁ ଗାୟତୋଣ୍ଡେ (ନବାଜୁଦ୍ଦିନ୍) ଶେଷ କରିବେ । କାରଣ ଗାୟତୋଣ୍ଡେ ମରିନାହାନ୍ତି ।
ଟ୍ରେଲରର ପ୍ରଥମ ଦୃଶ୍ୟ ଏକ ଫୋନ୍ ରିଙ୍ଗ୍ ସହିତ ଆରମ୍ଭ ହୋଇଛି ଏବଂ ଶୁଣିବାକୁ ମିଳୁଛି ‘ଗାୟତୋଣ୍ଡେ ଭାଇ, କାହାଁ ଥେ ଆପ୍’ । ଏହାପରେ ଗୁଳି ଚାଳନାର ଶଦ୍ଦ ଆସୁଛି ଏବଂ ସେ କହୁଛନ୍ତି ‘ଆପୁନ୍ କିଧର୍ ଥା ମାଲୁମ୍ ନେହିଁ, ଆପୁନ୍ କୋ ବସ୍ ବଦଲା ଲେନା ହେ’ । ତେବେ ଆଗାମୀ ସଂସ୍କରଣ ଖୁବ୍ ରୋମାଞ୍ଚକର ହେବ । ଏହାର ଅନେକ ଦୃଶ୍ୟରେ ନବାଜଙ୍କୁ ସୁଟ୍ ଓ ଫାଇଲ୍ ଘେରରେ ଦେଖିବାକୁ ମିଳିବ । କଲକି କୋଚଲିନ୍ ଓ ରଣବୀର ସୌରୀ ମଧ୍ୟ ସ୍କ୍ରୀନ୍ ସେୟାର୍ କରିଛନ୍ତି । ପୂର୍ବ ସଂସ୍କରଣ ଭଳି ଏଥର ମଧ୍ୟ ପଙ୍କଜ ତ୍ରିପାଠି ଗୁରୁଜୀ ଭୂମିକାରେ ଅଛନ୍ତି ଏବଂ କାହାଣୀ ଅନୁଯାୟୀ ସହରକୁ ରକ୍ଷା କରିବା ପାଇଁ ଏକ ମହତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି ।