#weather Report: କୋରାପୁଟ ଓ ସୁନ୍ଦରଗଡ଼ରେ ଘଡ଼ଘଡ଼ି, ବର୍ଷା ଆଶଙ୍କା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ସନ୍ଧ୍ୟା ସାଢ଼େ ଛଅଟା ଭିତରେ କୋରାପୁଟ ଓ ସୁନ୍ଦରଗଡ଼ରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି। ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନାଓକାଷ୍ଟ ତଥ୍ୟ ଆଧାରରେ ଏହି ସୂଚନା ପ୍ରଦାନ କରାଯାଇଛି।
ଏଥିରେ କୁହାଯାଇଛଇଯେ, କୋରାପୁଟ ଓ ସୁନ୍ଦାଗଡ଼ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଧୂଳିଝଡ଼ ହେବ। ଏହାସହ ବଜ୍ରପାତ ବି ହେବା ସମ୍ଭାବନା ରହିଛି। ଆକାଶରେ ମେଘର ସ୍ଥିତିକୁ ଲକ୍ଷ କରି ଏହି ସୂଚନା ଦିଆଯାଇଛି। ଏଣୁ ଆବଶ୍ୟକ ସତର୍କ ଗ୍ରହଣ କରିବା ଲାଗି କୁହାଯାଇଛି।